ଜନ୍ମଦାତ୍ରୀର ନୃଶସଂ କାଣ୍ଡ! ତନ୍ତ୍ର ସାଧାନା ପାଇଁ କୁନିକୁ ବଳି, ଛାତିରୁ କଲିଜା କାଢି ଖାଇଲା ମାଆ

ନୂଆଦିଲ୍ଲୀ: ବର୍ତ୍ତମାନ ମଧ୍ୟ ସମାଜରେ ଅନ୍ଧବିଶ୍ବାସର ଧାରା ଜାରି ରହିଛି । କଳାଯାଦୁ ଫାଶରେ ପଡି ନିଜ ହିତାହିତ ଜ୍ଞାନ ହରାଉଛନ୍ତି ସାଧାରଣ ଲୋକେ । କାହାକୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ରକ୍ତ ସମ୍ପର୍କ ମଧ୍ୟ ଏଥିରୁ ବାଦ ପଡୁ ନାହାନ୍ତି । ତେବେ ଏଭଳି ଏକ ଛାତିଥରା ଖବର ଝାଡଖଣ୍ଡରୁ ଆସିଛି । ମନ୍ତ୍ର ଶିଖିବା ପାଇଁ ସେ ନିଜ ଛୁଆକୁ ହତ୍ୟା କରିବା ପରେ ତାର କଲିଜା ଖାଇଦେଇଥିବା ଖବର ସାମ୍ନାକୁ ଆସିଛି । ପୋଲିସ ଏନେଇ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପୁରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଝାଡଖଣ୍ଡର ପାଲାମୁ ରାଜ୍ୟର ବାସିନ୍ଦା ଗୀତା ଦେବୀକୁ ପୋଲିସ ଗିରଫ କରିଛି।  ନିଜ ଦେଢ ବର୍ଷର ଛୁଆକୁ ହତ୍ୟା କରି ଖଣ୍ଡଖଣ୍ଡ କରିଦେଇଛନ୍ତି । ଏହାପରେ ଲିଭରକୁ ଖଣ୍ଡଖଣ୍ଡ କରି ଖାଇଦେଇଥିଲେ । ଥାନା ଏରିଆ ଖରଦ ଗ୍ରାମରେ ଏହି ଘଟଣା ଘଟିଛି ।

ମହିଳାଜଣକ ପୋଲିସକୁ ସୂଚନା ଦେଇ କହିଛନ୍ତି, ମହିଳାଜଣକ ପ୍ରଥମେ ମାର୍କେଟକୁ ଯାଇ ପୂଜା ପାଇଁ ଚୁ଼ଡି, ସିନ୍ଦୁର ଆଣିଲେ । ଏହାପରେ ସନ୍ଧ୍ୟାରେ ପୂଜା ପାଇଁ ଜଙ୍ଗଲକୁ ଯାଇଥିଲେ । ଏହାପରେ ଛୁଆକୁ ନେଇ ଚାଲିଯାଇଥିଲେ । ଛୁଆର ପୋଷାକ ବାହାର କରି କିଛି ସମୟ ନାଚିଥିଲେ । ପରେ ଛୁଆର ତଣ୍ଟି କାଟି ଦେଇଥିଲେ । ଏହାପରେ ଲିଭରକୁ ବାହାର କରି ଖାଇଦେଇଥିଲା ।