BSNLକୁ ଜୋର କା ଝଟକା ଦେଲା Jio, ୯୮ ଦିନିଆ ରିଚାର୍ଜ ପ୍ଲାନ ଜିତିଲା ଗ୍ରାହକଙ୍କ ହୃଦୟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ସିମ ସାରା ଦେଶରେ ପାଖାପାଖି ୪୯ କୋଟି ଲୋକେ ବ୍ୟବହାର କରୁଛନ୍ତି। ହାଇ ସ୍ପିଡ କନେକ୍ଟିଭିଟୀ ଏବଂ ଦମଦାର ଅଫର୍ସ ଯୋଗୁଁ ଜିଓ ପାଖରେ ଟେଲିକମ ସେକ୍ଟରରେ ସବୁଠୁ ଅଧିକ ଗ୍ରାହକ ଅଛନ୍ତି। ରିଚାର୍ଜ ପ୍ଲାନର ମୂଲ୍ୟରେ ବୃଦ୍ଧି କାରଣରୁ ଜିଓର କିଛି ୟୁଜର୍ସ ରାଗିଯାଇଥିଲେ କିନ୍ତୁ ବର୍ତ୍ତମାନ କମ୍ପାନୀ ପୁଣି ଥରେ ଗ୍ରାହକଙ୍କୁ ଦୃଦୟକୁ ଜିତିଛି। ଜିଓର ଲିଷ୍ଟରେ ଏପରି ଏକ ପ୍ଲାନ ଅଛି, ଯାହା ଏହି ସମୟରେ ଧୁମ ମଚାଇଛି।

ଜିଓ ଯେବେଠାରୁ ରିଚାର୍ଜପ୍ଲାନର ମୂଲ୍ୟ ବଢାଇଛି ସେବେଠାରୁ ୟୁଜର୍ସ ଶସ୍ତା ପ୍ଲାନକୁ ଖୋଜୁଛନ୍ତି। ଏହି କଥାକୁ ଧ୍ୟାନରେ ରଖି ଜିଓ ନିଜ ତାଲିକାରେ ଅନେକ ଲମ୍ବା ଭ୍ୟାଲିଡିଟୀର ପ୍ଲାନକୁ ଅନ୍ତର୍ଭୁକ୍ତ କରିଛି। ଜିଓର ଏହି ପ୍ଲାନରେ ଥରେ ରିଚାର୍ଜ କଲେ ୧୦୦ ଦିନ ପର୍ଯ୍ୟନ୍ତ ରିଚାର୍ଜ କରିବା ଚିନ୍ତାରୁ ଆପଣ ଫ୍ରୀ ହୋଇଯିବେ।

ଜିଓ ପାଖରେ ନିଜର ୟୁଜର୍ସଙ୍କ ପାଇଁ ୯୮ ଦିନର ଲମ୍ବା ଭ୍ୟାଟିଡିଟୀର ଧମାକେଦାର ରିଚାର୍ଜ ପ୍ଲାନ ଅଛି। ଯଦି ଆପଣ ୯୯୯ ଟଙ୍କାରୁ ନିଜର ଜିଓ ନମ୍ବର ରିଚାର୍ଜ କରୁଛନ୍ତି, ତେବେ ଆପଣ ୯୮ ଦିନ ପର୍ଯ୍ୟନ୍ତ କୌଣସି ନେଟୱର୍କରେ ଅନଲିମିଟେଡ ଫ୍ରୀ କଲିଂ କରିପାରିବେ। ଜିଓ ଜିନ ୟୁଜର୍ସଙ୍କୁ ଫ୍ରୀ କଲିଂ ସହ ଅନ୍ୟ ପ୍ଲାନ ପରି ଏଥିରେ ମଧ୍ୟ ଡେଲି ୧୦୦ ଫ୍ରୀ ଏସଏମଏସ ଦେଇଥାଏ।

ଜିଓର ଏହି ରାଚର୍ଜ ପ୍ଲାନ ୟୁଜର୍ସକୁ ଡାଟା ମଧ୍ୟ ଭଲ ମାତ୍ରାରେ ଦେଇଥାଏ। ଏହି ପ୍ଲାନରେ ଆପଣଙ୍କୁ ଡେଲି ୨ଜିବି ଡାଟା ମିଳିଥାଏ, ଅର୍ଥାତ ଆପଣ ୯୮ ଦିନରେ ସମୁଦାୟ ୧୯୬ ଜିବି ଡାଟା ବ୍ୟବହାର କରିପାରିବେ। ଏଭଳି ରିଚାର୍ଜ ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ସବୁଠୁ ଅଧିକ ଲାଭଦାୟକ, ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରନ୍ତି।

Get real time updates directly on you device, subscribe now.