fbpx

Jio ଆଣିଲା ନୂଆ ପ୍ଲାନ: ମାତ୍ର ୫୧ ଟଙ୍କାରେ ମିଳିବ Unlimited 5G Data Service!

Advertisement

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ(Reliance JIO)ର ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ୟୁଜରଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ନିକଟରେ JIO ନିଜର ପ୍ରିପେଡ ଏବଂ ପୋଷ୍ଟପେଡ୍ ସମସ୍ତ ରିଚାର୍ଜ ପ୍ଲାନ ବୃଦ୍ଧି କରିଛି । ଏହାବ୍ୟତୀତ କମ୍ପାନୀ ତରଫରୁ ନୂଆ 5G ପ୍ଲାନ ଲଞ୍ଚ୍ କରିବ ବୋଲି ମଧ୍ୟ ସଂକେତ ଦେଇଥିଲା । ବର୍ତ୍ତମାନ ଏହି ପ୍ରତିଶ୍ରୁତିକୁ ପୂରଣ କରିଛି ରିଲାଏନ୍ସ ଜିଓ । ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ଅସନ୍ତୁଷ୍ଟ ୟୁଜରଙ୍କୁ ଜିଓ ଦେଇଛି ବଡ଼ ଉପହାର । କୋଟି କୋଟି ଜିଓ ୟୁଜରଙ୍କ ପାଇଁ କମ୍ପାନୀ ୩ଟି ନୂଆ 5G ଡାଟା ବୁଷ୍ଟର ପ୍ଲାନ୍ ଲଞ୍ଚ୍ କରିଛି ।

ରିପୋର୍ଟ ଅନୁସାରେ, Reliance JIO ୩ଟି ନୂଆ 5G ବୁଷ୍ଟର ପ୍ଲାନ ଲଞ୍ଚ୍ କରିଛି । ଏଥିରେ ସର୍ବନିମ୍ନ ପ୍ଲାନ ୫୧ ଟଙ୍କା ରହିଥିବା ବେଳେ ୧୦୧ ଏବଂ ୧୫୧ ଟଙ୍କାର ରିଚାର୍ଜ ମଧ୍ୟ କରିପାରିବେ ୟୁଜର । ରେଗୁଲାର ପ୍ଲାନ ସହ ୟୁଜର ଏହି ପ୍ଲାନକୁ ରିଚାର୍ଜ କରିପାରିବେ । କିନ୍ତୁ କେବଳ ୪୭୯ ଏବଂ ୧୮୯୯ ଟଙ୍କାର ରିଚାର୍ଜ ପ୍ଲାନ ସହ ହିଁ ଏହି 5G ଡାଟା ବୁଷ୍ଟର ପ୍ଲାନ ବ୍ୟବହାର କରିପାରିବେ ନାହିଁ ବୋଲି ଜାଣିବାକୁ ମିଳିଛି ।

୫୧ ଟଙ୍କାର 5G ଡାଟା ବୁଷ୍ଟର ପ୍ଲାନ:

ରିଲାଏନ୍ସ ଜିଓର ଏହି ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ 5G ଡାଟା ଏବଂ 3GB 4G ଡାଟା ମିଳିପାରିବ । ଯେଉଁ ୟୁଜର ୧ ମାସର ବୈଧତା ସହ 1.5GB/Day ପ୍ଲାନ ରିଚାର୍ଜ କରିଥିବେ, ସେମାନେ 5G ଡାଟା ବ୍ୟବହାର କରିବା ପାଇଁ ୫୧ ଟଙ୍କାର ଏହି ପ୍ଲାନକୁ ରିଚାର୍ଜ କରିପାରିବେ । ଆକ୍ଟିଭ ପ୍ଲାନ ଅନୁସାରେ, ଏହାର ବୈଧତା ପାଇପାରିବେ ୟୁଜର ।

୧୦୧ ଟଙ୍କାର 5G ଡାଟା ବୁଷ୍ଟର ପ୍ଲାନ:

ଜିଓର ଏହି ନୂଆ ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ 5G ଡାଟା ଏବଂ 6GB 4G ଡାଟା ମିଳିପାରିବ । ଯେଉଁ ୟୁଜର ୨ ମାସ ବୈଧତା ସହ 1.5GB/Day ପ୍ଲାନ ରିଚାର୍ଜ କରିଥିବେ, ସେମାନେ 5G ଡାଟା ବ୍ୟବହାର କରିବା ପାଇଁ ୧୦୧ ଟଙ୍କାର ଏହି ପ୍ଲାନକୁ ରିଚାର୍ଜ କରିପାରିବେ । ଆକ୍ଟିଭ ପ୍ଲାନ ଅନୁସାରେ, ଏହାର ବୈଧତା ପାଇପାରିବେ ୟୁଜର ।

୧୫୧ ଟଙ୍କାର 5G ଡାଟା ବୁଷ୍ଟର ପ୍ଲାନ:

ଜିଓର ଏହି ନୂଆ ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ 5G ଡାଟା ଏବଂ 9GB 4G ଡାଟା ମିଳିପାରିବ । ଯେଉଁ ୟୁଜର ୨ ମାସ ବୈଧତା ସହ 1.5GB/Day କିମ୍ବା 1GB/Day ପ୍ଲାନ ରିଚାର୍ଜ କରିଥିବେ, ସେମାନେ 5G ଡାଟା ବ୍ୟବହାର କରିବା ପାଇଁ ୧୫୧ ଟଙ୍କାର ଏହି ପ୍ଲାନକୁ ରିଚାର୍ଜ କରିପାରିବେ । ଆକ୍ଟିଭ ପ୍ଲାନ ଅନୁସାରେ, ଏହାର ବୈଧତା ପାଇପାରିବେ ୟୁଜର ।

ତେବେ Reliance JIO ତରଫରୁ ଏହି ୩ଟି ନୂଆ ପ୍ଲାନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । କିନ୍ତୁ ଖୁବଶୀଘ୍ର କମ୍ପାନୀ ତରଫରୁ ଏହି ୩ଟି ନୂଆ ପ୍ଲାନ ୟୁଜରଙ୍କ ପାଇଁ ଉପଲବ୍ଧ ହୋଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.