Jioର ସବୁଠୁ ଶସ୍ତା ପ୍ଲାନ, ଏତିକି ଟଙ୍କା ପକାଇଲେ ଏକ ମାସ ଟେନସନ ଫ୍ରି

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ଭାରତର ଟେଲିକମ୍ କମ୍ପୀନ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢାଇଥିଲେ । ଏହାର ପ୍ରଭାବ ଉଭୟ ପ୍ରିପେଡ ଏବଂ ପୋଷ୍ଟପେଡ୍ ଉପରେ ପଡିଥିଲା । ଏହାରି ଭିତରେ ପୁଣି କମ୍ପାନୀ ୟୁଜର୍ସଙ୍କ ପାଇଁ ଶସ୍ତା ରିଚାର୍ଜ ପ୍ଲାନ ରୋଲଆଉଟ କରିଛି । 28 ଦିନର ଭାଲିଡିଟି ସହିତ ଏହି ପ୍ଲାନ ସବୁଠାରୁ ଲୋକପ୍ରିୟ ରହିଛି ।

  • 189 ଟଙ୍କିଆ ପ୍ଲାନ-ଏହି ପ୍ଲାନର ଦାମ୍ ପୂର୍ବରୁ 155 ଟଙ୍କା ରହିଥିଲା । ବର୍ତ୍ତମାନ ଏଥିରେ ବୃଦ୍ଧି କରି କମ୍ପାନୀ ଏହାର ଦାମ୍ 189 ଟଙ୍କା କରିଛି । ଏଥିରେ ୟୁଜର୍ସଙ୍କୁ 2 ଜିବି ଡାଟା ସହିତ ଅନଲିମିଟେଡ୍ ଭଏସ କଲିଂ ସୁବିଧା ମିଳିବ । ଏହାସହିତ28 ଦିନ ଏସଏମଏସ ମିଳିବ । ପ୍ଲାନର ବୈଧତା 28 ଦିନ ଅଟେ । ଯେଉଁମାନେ କମ୍ ଡାଟା ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହା ଲାଭ ହେବ ।
  • 249ଟଙ୍କିଆ ପ୍ଲାନ-ପୂର୍ବରୁ 209 ଟଙ୍କା ରହିଥିବା ବେଳେ ଏହାର ଦାମ୍ 249 ଟଙ୍କା ଅଟେ । ପ୍ରତିଦିନ 1ଜିବି ଡାଟା ମିଳିବ । ଏହାସିହତ ଅନଲିମିଟେଡ୍ ଭଏସ କଲିଂ ସହିତ ଅନଲିମିଟେଡ୍ ଏସଏମଏସ ମିଳିବ । ଏହାର ବୈଧତା 28ଦିନ ଅଟେ ।
  • 299 ଟଙ୍କିଆ ପ୍ଲାନ-239 ଟଙ୍କିଆ ପ୍ଲାନର ଦାମ୍ 299 ଟଙ୍କା ରହିଛି । ଏଥିରେ ପ୍ରତିଦିନ 1ଜିବି ଡାଟା ସହିତ ଅନଲିମିଟେଡ୍ ଭଏସ କଲିଂ ସୁବିଧା ମିଳିବ । ଏହି ପ୍ଲାନର ବୈଧତା 28 ଦିନ ଅଟେ ।