fbpx

ଦୀପାବଳି ଉପଲକ୍ଷେ ଜିଓ ଲଞ୍ଚ କଲା ଏହାର ନୂଆ ପ୍ଲାନ, Swiggy One Lite ସବସ୍କ୍ରିପସନ୍ ସହ ଆସୁଛି ଏହି ପ୍ଲାନ

ନୂଆଦିଲ୍ଲୀ: ଜିଓ ଲଞ୍ଚ କଲା ଏହାର ନୂଆ ରିଚାର୍ଜ ପ୍ଲାନ । ଏହି ପ୍ଲାନ ଡେଲି ଡାଟା, ଅନଲିମିଟେଡ୍ କଲସ୍‌, ଏସଏମଏସ୍‌, ଆଡିସନାଲ ସବସ୍କ୍ରିପସନ୍ ସହିତ ଆସୁଛି । ଜିଓ ଏହାର ବହୁ ରିଚାର୍ଜ ପ୍ଲାନ ଓଟିଟି ସବସ୍କ୍ରିପସନ୍ ସହିତ ଲଞ୍ଚ କରିଛି । ବ୍ରାଣ୍ଡର ନୂଆ ପ୍ଲାନ ବି ଏପରି ଏକ ସବସ୍କ୍ରିପସନ୍ ସହ ଆସୁଛି ।
ଏହି ପ୍ଲାନରେ ୟୁଜର୍ସଙ୍କୁ କୌଣସି ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମର ନୁହେଁ ଅନଲାଇନ୍ ସବସ୍କ୍ରିପସନ୍ ମିଳିଥାଏ । କମ୍ପାନୀ Swiggy One Lite ର ସବସ୍କ୍ରିପସନ୍ ଏହି ପ୍ଲାନ ସହ ଦେଉଛି ।

ଜିଓର ଏହି ନୂଆ ପ୍ଲାନ ୮୬୬ଟଙ୍କାରେ ଆସୁଛି । ଏହି ରିଚାର୍ଜରେ ୟୁଜର୍ସଙ୍କୁ ଦୈନିକ ୨ଜିବି ଡାଟା ସହିତ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ SMS ର ସୁବିଧା ମିଳିବ । ଜିଓର ଏହି ପ୍ଲାନ ୮୪ ଦିନ ଭ୍ୟାଲିଡିଟି ସହ ଆସୁଛି । ଏହି ପ୍ଲାନରେ ଡାଟା ଲିମିଟ୍ ଶେଷ ହେବା ପରେ ୟୁଜର୍ସଙ୍କୁ ୬୪କେବିପିଏସ୍ ସ୍ପିଡ୍‌ରେ ଡାଟା ମିଳିବ । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ୍ ଆକ୍ସେସ୍ ମିଳିବ । ଏହା ସହିତ ଏହି ପ୍ଲାନ ଅନଲିମିଟେଡ୍ ୫ଜି ଡାଟା ଏଲିଜିବିଲିଟି ସହ ଆସୁଛି । ଏହି ପ୍ଲାନରେ ଇନଷ୍ଟାମାର୍ଟ ଓ ସ୍ୱିଗି ଫୁଡ୍ ଆପ୍‌ରେ ୟୁଜର୍ସଙ୍କୁ କୌଣସି ସର୍ଜ ଫି’ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.