fbpx

ଆସିଗଲା ଜିଓ ସିନେମାର ପ୍ରିମିୟମ ପ୍ଲାନ୍‌, ପ୍ରାରମ୍ଭିକ ମାସିକ ମୂଲ୍ୟ ମାତ୍ର ୨୯ ଟଙ୍କା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏକ ନୂଆ ସବସ୍କ୍ରିପସନ ପ୍ଲାନ୍ ‘ଜିଓ ସିନେମା ପ୍ରିମିୟମ’ ଘୋଷଣା କରିଛି । ଏହି ନୂଆ ପ୍ଲାନର ପ୍ରାରମ୍ଭିକ ମାସିକ ମୂଲ୍ୟ ୨୯ ଟଙ୍କା ରହିଛି । ଏହି ନୂଆ ‘ଜିଓ ସିନେମା ପ୍ରିମିୟମ’ ପ୍ଲାନ ଜରିଆରେ ୟୁଜର୍ସଙ୍କୁ ୪କେ ପର୍ଯ୍ୟନ୍ତ ଗୁଣବତ୍ତାରେ ଆଡ୍ ଫ୍ରି ଅନୁଭବ ମିଳିବ । ଏହା ସହିତ ଗ୍ରାହକଙ୍କ ପାଖରେ ଅଫ୍‌ଲାଇନ୍ ଭ୍ୟୁ ଅପ୍ସନ ବି ରହିବ । ଏହି ପ୍ଲାନରେ ସଂଯୁକ୍ତ ଟିଭି ସହିତ କୌଣସି ବି ଡିଭାଇସ୍‌ରେ ବିଶେଷ ସିରିଜ୍‌, ମୁଭି, ହଲିଉଡ୍‌, କିଡସ୍ ଆଣ୍ଡ ଏଣ୍ଟରଟେନମେଣ୍ଟ କଣ୍ଟେଣ୍ଟ ଦେଖିପାରିବେ ।

ଭାରତୀୟ ପରିବାରରେ ମଲ୍ଟି ସେଗମେଣ୍ଟ କନଜମ୍ପସନକୁ ଧ୍ୟାନରେ ରଖି ଜିଓ ଫ୍ୟାମିଲି ପ୍ଲାନ ବି ଘୋଷଣା କରିଛି । ଏହି ପ୍ଲାନର ମାସିକ ମୂଲ୍ୟ ରହିଛି ୮୯ ଟଙ୍କା । ଏହି ପ୍ଲାନ ଜରିଆରେ ୪ ଗୋଟି ସ୍କ୍ରିନ୍‌ରେ ଏକ ସଙ୍ଗେ କଣ୍ଟେଣ୍ଟ ଆକ୍ସେସ୍ କରାଯାଇପାରିବ । କମ୍ପାନୀ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି କି ଏହି ‘ଜିଓ ସିନେମା ପ୍ରିମିୟମ’ ପ୍ଲାନ ଅଧିକ ଦେୟ ବିନା ସ୍ୱତଃ ଫ୍ୟାମିଲି ପ୍ଲାନରେ ଅପଗ୍ରେଡ୍ ହୋଇଯିବ । ଏଥିରେ ୟୁଜର୍ସ ଅନ୍ୟ କଣ୍ଟେଣ୍ଟ ସହିତ ଆଇପିଏଲ୍ ପରି ଲାଇଭ୍ ସ୍ପୋର୍ଟସ୍ ମାଗଣାରେ ଦେଖିପାରିବ । ଏହା ବ୍ୟତିତ ‘ଜିଓ ସିନେମା ପ୍ରିମିୟମ’ ପ୍ଲାନ ଜରିଆରେ ସ୍ଥାନୀୟ ଭାଷାରେ ଡବିଂ କରଯାଇଥିବା ବିଶେଷ ଆନ୍ତର୍ଜାତିକ କଣ୍ଟେଣ୍ଟ ବି ୟୁଜର୍ସ ଦେଖିପାରିବେ ।

Get real time updates directly on you device, subscribe now.