fbpx

Tiktok ବ୍ୟାନ୍ ଉପରେ ମୋହର ଲଗାଇଲେ ଜୋ ବାଇଡେନ୍‌, ଏହି ବ୍ୟାନ୍ ଉପରେ ଆଇନ୍‌ଗତ ଚ୍ୟାଲେଞ୍ଜ ଜିତିବୁ ବୋଲି କହିଲେ Tiktok ସିଇଓ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ୍ ଟିକଟକ୍ । ପ୍ରାୟ ୧୭୦ ମିଲିୟନ ଆମେରିକୀୟ ଦ୍ୱାରା ବ୍ୟବହୃତ ହେଉଥିବା ଏହି ଆପକୁ ବ୍ୟାନ୍ କରିବା ପାଇଁ ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବିଲ୍ ଉପରେ ହସ୍ତାକ୍ଷର କରିଛନ୍ତି । ତେବେ ବାଇଡେନଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇଥିବା ଆଇନ ଉପରେ ରୋକ୍ ଲଗାଇବା ପାଇଁ ଆଇନ୍‌ଗତ ଚ୍ୟାଲେଞ୍ଜ ଜିତିବା ନେଇ ଟିକଟକର ସିଇଓ ଆଶା ବ୍ୟକ୍ତ କରିଛନ୍ତି ।

ବୁଧବାର ଟିକଟକର ସିଇଓ Shou Zi Chew କହିଥିଲେ, ‘ଆମେ କେଉଁଠିକୁ ଯାଉ ନାହୁଁ । ବାଇଡ଼େନ୍ ଦ୍ୱାରା ଚୀନ ଭିିତ୍ତିକ ଟିକଟକର ପ୍ୟାରେଣ୍ଟ କମ୍ପାନୀ ByteDance ଉପରେ ସ୍ୱାକ୍ଷରିତ କରାଯାଇଛି । ଏହି ବିଲ୍ ଅନ୍ତର୍ଗତ ୯ ମାସର ସମୟସୀମା ଭିତରେ ByteDance କୁ ଟିକଟକରୁ ଏହାର ଅଂଶକୁ ବିକ୍ରି କରିବା ପାଇଁ କୁହାଯାଇଛି । ଏପରି ନହେଲେ ଟିକଟକ୍ ଉପରେ ବ୍ୟାନ୍ ଲଗାଯାଇପାରେ ।’ ଏହି ବିଲରେ ଜାତୀୟ ସୁରକ୍ଷାକୁ ମଧ୍ୟ ସମ୍ବୋଧିତ କରାଯାଇଛି । ଏହି ବିଲ ଏକ ସ୍ପେଶାଲ ପ୍ୟାକେଜର ଅଂଶ ଯେଉଁଥିରେ military aid  ଭାବରେ ୟୁକ୍ରେନ୍‌, ଇସରାଏଲ, ତାଇୱାନ ଏବଂ ଅନ୍ୟ ମିଲିଟାରୀ ପାର୍ଟନର ସାମିଲ ଥିଲେ । ଅପରପକ୍ଷରେ ବାଇଡେନଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଆଇନର ବିରୋଧ କରି Shou Zi Chew କହିଛନ୍ତି ‘କୌଣସି ଭୁଲ କରନ୍ତୁ ନାହିଁ, ଏହା ଏକ ବ୍ୟାନ୍ । ଟିକଟକ ଉପରେ ଏବଂ ଆପଣଙ୍କ ଆୱାଜ୍ ଉପରେ ବ୍ୟାନ୍ । କମ୍ପାନୀ ଏହି ବ୍ୟାନକୁ ଚ୍ୟାଲେଞ୍ଜ କରିବ ଏବଂ ଟିକଟକ୍ ଚାଲିବ ।’

Get real time updates directly on you device, subscribe now.