fbpx

ମୋଦୀ-ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌, ଆଚରଣ ବିଧି ଉଲଙ୍ଘନ ଅଭିଯୋଗ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଆପତ୍ତି ଉଠିବା ପରେ ନୋଟିସ୍ ପଠାଇଛନ୍ତି । ନିର୍ବାଚନ କମିଶନ ବିଜେପି ଓ କଂଗ୍ରେସକୁ ନୋଟିସ୍ ପଠାଇ ସେମାନଙ୍କୁ ଜବାବ ମାଗିଛନ୍ତି । ଦୁଇ ଦଳକୁ ଏପ୍ରିଲ ୨୯ ସକାଳ ୧୧ଟା ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ କମିଶନ ଜନପ୍ରତିନିଧିତ୍ୱ ଅଧିନିୟମ ଧାରା ୭୭ ଜରିଆରେ ଦୁଇ ଦଳର ଅଧ୍ୟକ୍ଷଙ୍କୁ ଜବାବ ମଗାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାହୁଲ ଗାନ୍ଧୀଙ୍କ ଉପରେ ଆଚରଣ ସଂହିତା ଉଲଙ୍ଘନର ଅଭିଯୋଗ ଲଗାଇଥିଲେ ।
କମିଶନ କହିଛନ୍ତି ସମସ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀ ବିଶେଷ ରୂପରେ ଷ୍ଟାର ପ୍ରଚାରକଙ୍କ ବ୍ୟବହାରର ପୁରା ଦାୟିତ୍ୱ ନେବାକୁ ହେବ । ଉଚ୍ଚ ପଦରେ ରହିଥିବା ନେତାଙ୍କ ଭାଷଣର ଆହୁରି ବି ଗମ୍ଭୀର ପରିଣାମ ହୋଇପାରେ ।

Get real time updates directly on you device, subscribe now.