fbpx

‘ଦୁର୍ବଳ’ ହେଉଛି Horlicks, କମୁଛି ‘Health Lable’: ଆସ୍ଥା ତୁଟିବା ପରେ ବଦଳିବ ନାଁ

ନୂଆଦିଲ୍ଲୀ: ଦୀର୍ଘ ବର୍ଷରୁ ସ୍ୱାସ୍ଥ୍ୟକର ପାନୀୟ ଦ୍ରବ୍ୟ ଭାବରେ ହରଲିକ୍ସ ଦେଶବାସୀଙ୍କ ଭରସା ହୋଇ ରହିଛି । ହରଲିକ୍ସ ପିଇବା ଦ୍ୱାରା ମଣିଷ ଶରୀର ସୁସ୍ଥ ରହିବା ସହ ମାନସିକ ତଥା ଶାରୀରିକ ବିକାଶ ହୁଏ ବୋଲି ବିଶ୍ୱାସ ଦେଇଛି ଏହି କମ୍ପାନୀ । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଦେଶବାସୀଙ୍କ ପ୍ରିୟଭାଜନ ହୋଇଥିବା ଏହି କମ୍ପାନୀ ଏବେ ନିଜେ ହିଁ ଦୁର୍ବଳ ହୋଇ ପଡ଼ିଛି । ବର୍ତ୍ତମାନ ଲୋକଙ୍କ ମନରେ ଥିବା ଆସ୍ଥା ହରାଇଛି ହରଲିକ୍ସ । ଯାହା ଫଳରେ ଏହାକୁ ଏବେ ଏକ ସାଧାରଣ ପୁଷ୍ଟିକର ପାନୀୟ ଦ୍ରବ୍ୟ ଭାବରେ ବିବେଚନ କରାଯାଉଛି ।

କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଇ-କମର୍ସ ୱେବସାଇଟଗୁଡ଼ିକୁ ନିଜ ନିଜ ପ୍ଲାଟଫର୍ମରେ ହରଲିକ୍ସକୁ ‘ସ୍ୱାସ୍ଥ୍ୟକର ପାନୀୟ’ ବର୍ଗରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ହିନ୍ଦୁସ୍ତାନ ୟୁନିଲିଭରର ଏହି ସ୍ୱାସ୍ଥ୍ୟକର ପାନୀୟ ଦ୍ରବ୍ୟ ଏହାକୁ ସାଧାରଣ ପୁଷ୍ଟିକର ପାନୀୟ (FND) ବୋଲି ଘୋଷଣା କରିଛି । ହିନ୍ଦୁସ୍ତାନ ୟୁନିଲିଭରର ମୁଖ୍ୟ ଅର୍ଥନୈତିକ ଅଧିକାରୀ ରିତେଶ ତିୱାରୀ କହିଛନ୍ତି ଯେ, ହରଲିକ୍ସର ଲେବୁଲଗୁଡ଼ିକୁ ପରିବର୍ତ୍ତନ କରିବା ପରେ ଏହା ସାଧାରଣ ପୁଷ୍ଟିକର ପାନୀୟ ହୋଇଯାଇଛି । ଏହା ଉଭୟ ବୃଦ୍ଧି ଏବଂ ବିକାଶରେ ଖୁବ ସହାୟକ ହୋଇଥାଏ ବୋଳି କହିଛନ୍ତି ରିତେଶ । ତେବେ ଆଗକୁ ହିନ୍ଦୁସ୍ତାନ ୟୁନିଲିଭର ଗ୍ରାହକଙ୍କୁ ବୃଦ୍ଧି, ବ୍ୟବହାର ଏବଂ ଏପଏନଡି ବର୍ଗରେ ନବୀକରଣ ପାଇଁ ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଦିଗରେ ଧ୍ୟାନ ଦେବ ବୋଲି ସେ ପ୍ରକାଶ କରିଛନ୍ତି । ଏହାବ୍ୟତୀତ କମ୍ପାନୀ ମହିଳା ସ୍ୱାସ୍ଥ୍ୟ ତଥା ମଦୁମେହ ରୋଗୀଙ୍କ ପାଇଁ ପ୍ରିମିୟମ ରେଞ୍ଜରେ ମଧ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବ ବୋଲି ସେ ସୂଚନା ଦେଇଛନ୍ତି ।

ନିକଟରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କହିଥିଲେ ଯେ, ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ୨୦୦୬ ଅନୁଯାୟୀ ‘ସ୍ୱାସ୍ଥ୍ୟକର ପାନୀୟ’ ପାଇଁ କୌଣସି ସ୍ୱତନ୍ତ୍ର ସଂଜ୍ଞା ନାହିଁ। ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଇ-କମର୍ସ ୱେବସାଇଟକୁ ଦୁଗ୍ଧ, ଶସ୍ୟ, କିମ୍ବା ମାଲ୍ଟ ଭିତ୍ତିକ ପାନୀୟକୁ ‘Healthy Drink’ କିମ୍ବା ‘Energy Drink’ ଶ୍ରେଣୀରେ ନ ରଖିବାକୁ କହିଛି । ଏଭଳି ଶବ୍ଦର ବ୍ୟବହାର ଗ୍ରାହକମାନଙ୍କୁ ଏକ ଭୁଲ ଧାରଣାରେ ପକାଇବା ସହ ସେମାନଙ୍କୁ ଭ୍ରମିତ କରୁଛି ବୋଲି କୁହାଯାଇଛି ।

Get real time updates directly on you device, subscribe now.