fbpx

ଦିଲ୍ଲୀର ଚଳନ୍ତା କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଗଲେ ୩ ଲୋକ, ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ବାହ୍ୟ ରିଙ୍ଗ ରୋଡରେ ଥିବା ମଧୁବାନ୍ ଚୌକରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା । କାରରେ ଥିବା ତିନି ଜଣ ବ୍ୟକ୍ତି ବହୁ କଷ୍ଟରେ ସେମାନଙ୍କ ଜୀବନ ରକ୍ଷା କରିଥିଲେ । କିଛି କ୍ଷଣ ମଧ୍ୟରେ ପୁରା କାର ଜଳିଗଲା ।

କୁହାଯାଉଛି ଯେ କାରରେ ଥିବା ତିନିଜଣ ବ୍ୟକ୍ତି ପିଟାମପୁରାରୁ ମଧୁବାନ୍ ଚକ୍ ଦେଇ ରିଥାଲା ଅଭିମୁଖେ ଯାଉଥିଲେ । ଏହି ସମୟରେ କାରରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । କାର ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.