fbpx

Jio ଲଞ୍ଚ କଲା ନୂଆ ଡିଭାଇସ ‘Tag Air’: ଖୁବ୍ ଶସ୍ତାରେ ମିଳୁଛି ଏହି ବ୍ଲୁଟୁଥ୍ ଟ୍ରାକିଂ ଡିଭାଇସ୍

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଭାରତୀୟ ବଜାରରେ ତା’ର ନୂଆ ଡିଭାଇସ୍ ଲଞ୍ଚ କରିଛି । ବିନା ପୂର୍ବ ସୂଚନାରେ କମ୍ପାନୀ ‘ଜିଓ ଟ୍ୟାଗ ଏୟାର’ ଭାରତରେ ଲଞ୍ଚ କରିଛି । ଏହା ଏକ ବ୍ଲୁଟୁଥ୍ ଟ୍ରାକିଂ ଡିଭାଇସ ହୋଇଥିବା ବେଳେ କମ୍ପାନୀ ଏହାକୁ ଅତ୍ୟନ୍ତ ଶସ୍ତାରେ ଜାରି କରିଛି । ଏହି ଡିଭାଇସ ଜରିଆରେ ଗ୍ରାହକମାନେ ଜିଓମାର୍ଟରୁ ନିଜ ପସନ୍ଦର ସାମଗ୍ରୀ କ୍ରୟ କରିପାରିବେ । ଏହା ପୂର୍ବରୁ କମ୍ପାନୀ ଏକ ଟ୍ରାକର ଲଞ୍ଚ କରିଥିବା ବେଳେ ଏହା ହେଉଛି ଦ୍ୱିତୀୟ ଟ୍ରାକର ଡିଭାଇସ ।

ଜିଓ ଟ୍ୟାଗ ଏୟାରକୁ ଗ୍ରାହକମାନେ ଆଇଓଏସ ଓ ଆଣ୍ଡ୍ରଏଡ ଉଭୟ ପ୍ଲାଟଫର୍ମରେ ୟୁଜ୍ କରିପାରିବେ । ଏହା ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଆସୁଛି । ଏହି ଡିଭାଇସ୍ ଆପଲ ଫାଇଣ୍ଡ ମାଇ ଓ ଜିଓ ଥିଙ୍ଗସ ଦୁଇଟି ଯାକରେ ଆସୁଛି । ଏହି ଡିଭାଇସକୁ ଆପଣମାନେ ଭାରତରେ କିଣିପାରିବେ । ଏହାର ସହାୟତାରେ ଆପଣମାନେ କୌଣସି ଜିନିଷକୁ ଟ୍ରାକ କରିବା ସହଜ ହୋଇଯିବ । ଜିଓ ମାର୍ଟରୁ ଆପଣମାନେ ଏହାକୁ କ୍ରୟ କରିପାରିବେ । ଏହାର ମୂଲ୍ୟ ଏବେ ୧୪୯୯ ଟଙ୍କା ରହିଛି । ରେଡ, ବ୍ଲୁ ଓ ଗ୍ରେ କଲର ମଧ୍ୟରୁ ଗୋଟିଏ ବାଛି ଆପଣମାନେ ଏହାକୁ କିଣିପାରିବେ । ନିଜର ଜିନିଷକୁ ଏଣେତେଣେ ରଖି ଭୁଲିଯାଉଥିବା ଲୋକଙ୍କ ପାଇଁ ଏହି ଟ୍ରାକର ବେଶ୍ ସହାୟକ ହୋଇପାରିବ । ଜିଓ ଟ୍ୟାଗ ଏୟାର ସିଙ୍ଗଲ ବ୍ୟାଟେରୀରେ ୧୨ ମାସ ପର୍ଯ୍ୟନ୍ତ କାମ କରିପାରିବ । ଏଥିସହିତ ରିଟେଲ ବକ୍ସରେ ଆପଣଙ୍କୁ ଅତିରିକ୍ତ ବ୍ୟାଟେରୀ ମଧ୍ୟ ମିଳିବ । ଆପଣମାନେ ଏହାକୁ କିଚେନରେ ୟୁଜ୍ କରିପାରିବେ ବା ନିଜର ୱାଲେଟରେ ରଖିପାରିବେ ।

Get real time updates directly on you device, subscribe now.