fbpx

Jio ୟୁଜର୍ସଙ୍କର ଦୂର ହେଲା ଚିନ୍ତା, ଏଣିକି ଘରେ ବସି ଆକ୍ଟିଭେଟେଡ କରିପାରିବେ ନମ୍ବର

ନୂଆଦିଲ୍ଲୀ: ଜିଓ ନିଜ କୋଟି କୋଟି ମୋବାଇଲ ୟୁଜର୍ସଙ୍କ ପାଇଁ iActivate ସର୍ଭିସ ଲଞ୍ଚ କରିଛି। ଏହି ସର୍ଭିସର ବ୍ୟବହାର କରି ୟୁଜର୍ସ ଘରେ ବସି ନିଜ ସିମ କାର୍ଡ ଆକ୍ଟିଭେଟ କରିବା ପାଇଁ ଫ୍ରୀରେ ସିମ କାର୍ଡର ହୋମ ଡେଲିଭରୀ ମଧ୍ୟ ଅଫର କରିଛି। ଏଥିରେ ଜିଓର ନୁଆ ସିମ କାର୍ଡ କିଣିବା ଏବଂ ଏହାକୁ ଆକ୍ଟିଭେଟ କରିବା ସହଜ ହୋଇଯିବ।

Reliance Jio ର ଏହି ନୂଆ ସର୍ଭିସ Android ଏବଂ iOS ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଅଟେ। ୟୁଜର୍ସଙ୍କୁ ନିଜ ଫୋନରେ My Jio ଆପ ଇନଷ୍ଟଲ କରିବାକୁ ପଡିବ। ଏହାପରେ ସେମାନଙ୍କୁ ଆପରେ iActivate ର ବ୍ୟାନର ଦେଖାଯିବ। ଏହି ବ୍ୟାନର ଉପରେ କ୍ଲିକ ବା ଟ୍ୟାପ କରିବାପରେ ନୂଆ ସିମ କାର୍ଡ କିଣିବାଠାରୁ ନେଇ ଆକ୍ଟିଭେଟ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବ।

-ସର୍ବପ୍ରଥମେ My Jio ଆପଣ ଓପନ କରନ୍ତୁ।
-ଏବେ ହୋମ ପେଜରେ ତଳକୁ ଯାଇ iActivate ବ୍ୟାନର ଉପରେ ଟ୍ୟାପ କରନ୍ତୁ।
-ଏହା ଆପଣଙ୍କୁ ସିମକାର୍ଡ କିଣିବା ଏବଂ ଫ୍ରୀ ହୋମ ଡେଲିଭରୀର ପେଜରେ ରିଡାଏରେକ୍ଟ କରିବ।
-ସେଠାକୁ ଯାଇ ଆପଣ ନିଜ ଫୋନ ନମ୍ବର ଏବଂ ଓଟିପି ଜାରି କରନ୍ତୁ।
-ଏହାରେ ଆପଣଙ୍କୁ ଜିଓର ନୂଆ ନମ୍ବର ଚୟନ କରିବାକୁ ପଡିବ।
-ଡେଲିଭରୀ କରିବା ପାଇଁ ଅଡ୍ରେସ ଦେବାକୁ ପଡିବ।
-ଏପରି କରିବାର କିଛି ଘଣ୍ଟା ପରେ ଆପନଙ୍କ ଘରେ ଜିଓର ନୂଆ ସିମ କାର୍ଡ ମିଳିଯିବ।
-ଜିଓର ସିମ ଡେଲିଭରୀ କରୁଥିବା ଏଜେଣ୍ଟ ଆପଣଙ୍କୁ iActivate ମାଧ୍ୟମରେ ସିମକାର୍ଡକୁ ଆକ୍‌ଟିଭେଟ କରିବା ବିଷୟରେ ବୁଝାଇବ।

Get real time updates directly on you device, subscribe now.