ଶସ୍ତା ହେଲା JIOର ଇଣ୍ଟରନେଟ୍ ପ୍ଲାନ, 101 ଟଙ୍କାରେ ଅନଲିମିଟେଡ୍ 5G

ନୂଆଦିଲ୍ଲୀ: ଦୀପାବଳି ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଦେଶର ପପୁଲାର ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଗିଫ୍ଟ ପ୍ରଦାନ କରାଯାଉଛି । ଗ୍ରାହକମାନଙ୍କୁ ଫ୍ରି ଇଣ୍ଟରନେଟ ସେବା ପ୍ରଦାନ କରାଯାଉଛି । ସେପ୍ଟେମ୍ବର ମାସରେ କମ୍ପାନୀ ଏୟାରଫାଇବର ସହିତ 1 ବର୍ଷର ମାଗଣା ଇଣ୍ଟରନେଟ୍ ନେଇ ଘୋଷଣା କରିଥିଲା । ତେବେ ଦୀପାବଳିକୁ ଆଖି ଆଗରେ ରଖି କମ୍ପାନୀ ଅନେକ ପ୍ଲାନ ରୋଲଆଉଟ୍ କରିଛି । ଏହା ଦ୍ବାରା ଗ୍ରାହକ ଅଧିକରୁ ଅଧିକ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।

ରିଲାଏନ୍ସ ଜିଓର ଏହି 101 ଟଙ୍କିଆ ପ୍ଲାନ ଦ୍ବାରା ଏୟାରଟେଲ୍, ଭୋଡାଫୋନ ଏବଂ ଆଇଡିଆ ଭଳି ଟେଲିକମ୍ କମ୍ପାନୀମାନଙ୍କୁ ଟକ୍କର ମିଳିପାରେ । 101 ଟଙ୍କା ରିଚାର୍ଜ କଲେ ଅନଲିମିଟେଡ୍ 5ଜି ଡାଟାର ବ୍ୟବହାର କରିପାରିବେ । 101 ଟଙ୍କାରେ 6ଜିବି ଡାଟା ସହିତ 4ଜି କନେକ୍ଟିଭିଟି ମଧ୍ୟ ମିଳିବ । ଏହା ଟ୍ରୁ ଅନଲିମିଟେଡ୍ ଅପଗ୍ରେଡ ପ୍ଲାନ ଅଟେ । ପ୍ରତିଦିନ 1.5 ଜିବି ଦେଉଥିବା ପ୍ଲାନ ସହିତ ଏହି ରିଚାର୍ଜ ପ୍ଲାନ ଦେବାକୁ ହେବ । ଏଭଳି ପ୍ଲାନ ରିଚାର୍ଜ କରିବାକୁ ହେବ ଯାହାକି ପ୍ରତିଦିନ 1.5 ଜିବି ଡାଟା ବେନିଫିଟ୍ ଦେଇଥାଏ ଏବଂ ବୈଧତା 2 ମାସର ହୋଇଥାଏ । 101 ଟଙ୍କିଆ ପ୍ଲାନ ଆପଣାଇ ଅତିରିକ୍ତ ଡାଟାର ମଧ୍ୟ ବ୍ୟବହାର କରିପାରିବେ । ଯେଉଁମାନଙ୍କ ପାଖରେ 5ଜି କନେକ୍ଟିଭିଟିର ସୁବିଧା ରହିଛି ସେମାନେ ଏହାର ଫାଇଦା ଉଠାଇପାରିବେ ।