fbpx

ଫେଷ୍ଟିଭ୍ ଅଫର; ୨୦୦ଟଙ୍କା ଶସ୍ତାରେ ଜିଓ ରି- ଲଞ୍ଚ୍ କଲା ଏହି ପ୍ଲାନ୍‌, ୟୁଜର୍ସଙ୍କୁ ମିଳିବ ୧୪ ଦିନ ଅଧିକ ଭାଲିଡିଟି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ହେଉଛି ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ । ନିକଟରେ କମ୍ପାନୀ ମୋବାଇଲ ରିଚାର୍ଜ ଶୁଳ୍କ ମୂଲ୍ୟରେ ବୃଦ୍ଧି କରିଥିଲା । ଜୁଲାଇ ୨୦୨୪ରେ କମ୍ପାନୀ ଏହି ପ୍ଲାନର ମୂଲ୍ୟ ୧୧୯୯ ଟଙ୍କାକୁ ବୃଦ୍ଧି କରିଥିଲା । ବର୍ତ୍ତମାନ ନୂତନ ପ୍ଲାନକୁ ଅନେକ ଲାଭ ସହ ରି-ଲଞ୍ଚ୍ କରାଯାଇଛି ।

ରିଲାଏନ୍ସ ଜିଓ ପୁନଃ ୯୯୯ ଟଙ୍କା ବିଶିଷ୍ଟ ପ୍ରିପେଡ୍ ପ୍ଲାନ୍ ରି- ଲଞ୍ଚ୍ କରିଛି । ଏହି ପ୍ଲାନ୍ ଅନ୍ତର୍ଗତ ୮୪ ଦିନ ପରିବର୍ତ୍ତେ ୯୮ ଦିନର ଭାଲିଡିଟି ଉପଲବ୍ଧ ରହିବ । ପୂର୍ବରୁ ମିଳୁଥିବା 3GB ଡାଟା ପରିବର୍ତ୍ତେ ଏବେ 2GB ଡାଟା ମିଳିବ । କହିବାକୁ ଗଲେ ବର୍ତ୍ତମାନ ମୋଟ୍ ପ୍ଲାନରେ 192GB ଡାଟା ମିଳିବ ଯାହା ପୂର୍ବରୁ 252GB ଥିଲା । ଏଥିରେ ୟୁଜର୍ସଙ୍କୁ ଅନଲିମିଟେଡ୍ 5GB ଡାଟାର ଲାଭ ମିଳିବ । କମ୍ପାନୀ ଏହି ପ୍ଲାନକୁ ‘Hero 5G’ ନାଁ ଦେଇଛି । ଏହି ନାଁ ୩୪୯ ପ୍ଲାନ୍ ସହ ମଧ୍ୟ ଶେୟାର କରାଯାଇଛି ଯାହା ସର୍ବନିମ୍ନ ମୂଲ୍ୟ ବିଶିଷ୍ଟ 5G ପ୍ଲାନ୍ । ଏହି ପ୍ଲାନ୍ ଅନ୍ତର୍ଗତ ଦୈନିକ ୧୦୦ଟି ଏସଏମଏସ୍ ସୁବିଧା ରହିଛି ।

Get real time updates directly on you device, subscribe now.