fbpx

Jio ବନ୍ଦ କଲା ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ: ଏଣିକି ସବୁ ପ୍ଲାନରେ ଅନଲିମିଟେଡ୍ ୫ଜି ସୁବିଧା ମିଳିବ ନାହିଁ

Advertisement

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବା ସହିତ କିଛି ଶସ୍ତା ପ୍ଲାନ୍ସକୁ ମଧ୍ୟ ବନ୍ଦ କରିଦେଇଛି । ଜିଓର ଏହି ପଦକ୍ଷେପ ଫଳରେ ଗ୍ରାହକଙ୍କୁ ଲାଗିଛି ଏକ ବଡ଼ ଝଟକା । କମ୍ପାନୀ ଦୁଇଟି ପ୍ଲାନ୍ସକୁ ନିଜର ପୋର୍ଟୋଫୋଲିଓରୁ ହଟାଇ ଦେଇଛି । ଉକ୍ତ ପ୍ଲାନ୍ସରେ କମ୍ ଟଙ୍କାରେ ଅଧିକ ଭାଲିଡିଟୀ ରହୁଥିଲା । ଏହି ଦୁଇଟି ପ୍ଲାନ୍ସରେ ଅନଲିମିଟେଡ ଭଏସ୍ କଲିଂ, ଅନଲିମିଟେଡ ୫ଜି ଡାଟା ଓ ଅନ୍ୟ ବେନିଫିଟ୍ସ ମଧ୍ୟ ମିଳୁଥିଲା ।

ଜିଓ ପକ୍ଷରୁ ପ୍ଲାନର ଦର ବୃଦ୍ଧି ଜୁଲାଇ ୩ ତାରିଖରୁ ଲାଗୁ ହୋଇଯିବ । ତେବେ କମ୍ପାନୀ ରିଚାର୍ଜ ପୋର୍ଟଫୋଲିଓରୁ ଯେଉଁ ଦୁଇଟି ଶସ୍ତା ପ୍ଲାନ୍ସକୁ ହଟାଇ ଦେଇଛି, ସେଗୁଡ଼ିକ ପ୍ଲାନ୍ସ ଭାଲ୍ୟୁ ଫର ମନୀ ରିଚାର୍ଜ ରହିଥିଲା । କମ୍ପାନୀ ଯଦି ଏହି ଦୁଇଟି ପ୍ଲାନ୍ସର ରିଚାର୍ଜ ଅପ୍ସନ ଓପନ ରଖିଥାନ୍ତା, ତେବେ କମ୍ପାନୀର ବହୁତ କ୍ଷତି ଘଟିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଦୁଇଟି ପ୍ଲାନ୍ସକୁ ବର୍ତ୍ତମାନ ପାଇଁ ହଟାଇ ଦେଇଛି । ୩୯୫ ଟଙ୍କିଆ ଓ ୧୫୫୯ ଟଙ୍କିଆ ପ୍ଲାନ୍ସକୁ କମ୍ପାନୀ ବନ୍ଦ କରିଦେଇଛି । ପ୍ରଥମ ପ୍ଲାନରେ ଗ୍ରାହକଙ୍କୁ ୮୪ ଦିନର ଭାଲିଡିଟୀ ମିଳୁଥିବା ବେଳେ ଦ୍ୱିତୀୟ ପ୍ଲାନରେ ୩୩୬ ଦିନର ଭାଲିଡିଟୀ ମିଳୁଥିଲା । ଉଭୟ ପ୍ଲାନ୍ସର ରିଚାର୍ଜ ସହିତ ଅନଲିମିଟେଡ ୫ଜି ଡାଟା ଆସୁଥିଲା । କମ୍ପାନୀ ଏବେ କେବଳ ଦୈନିକ ୨ଜିବି ଓ ତା’ଠାରୁ ଅଧିକ ଡାଟା ଥିବା ପ୍ଲାନ୍ସରେ ଅନଲିମିଟେଡ ୫ଜି ସୁବିଧା ପ୍ରଦାନ କରୁଛି ।

Get real time updates directly on you device, subscribe now.