fbpx

ସବୁ ରିଚାର୍ଜ ହେଲା ମହଙ୍ଗା, ୩ ଜୁଲାଇ ପୂର୍ବରୁ ପେମେଣ୍ଟ କଲେ ପାଇବେ ୨୫% ରିହାତି

Advertisement

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ଦୂରସଞ୍ଚାର କମ୍ପାନୀ ଜିଓ ଜୁଲାଇ ୩ ତାରିଖରୁ ମୋବାଇଲ ରିଚାର୍ଜ ଦରରେ ୧୨ ରୁ ୨୫ ପ୍ରତିଶତ ବୃଦ୍ଧି କରିବ । ଗୁରୁବାର ଦିନ କମ୍ପାନୀ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଜିଓ ପାଖାପାଖି ଅଢେଇ ବର୍ଷର ପରେ ମୋବାଇଲ ସେବା ଦରରେ ପ୍ରଥମ ଥର ବୃଦ୍ଧି କରିବାକୁ ଯାଉଛି ।

ରିଲାଏନ୍ସ ଜିଓ ଇମ୍ଫୋକମର ଚେୟାରମ୍ୟାନ ଆକାଶ ଏମ ଅମ୍ବାନୀ କହିଛନ୍ତି ଯେ, ନୂଆ ଯୋଜନା ଗୁଡିକର ଆରମ୍ଭ ଇଣ୍ଡଷ୍ଟ୍ରୀ ଇନୋଭେସନକୁ ପ୍ରୋତ୍ସାହିତ କରିବ, ୫ଜି ଏବଂ ଏଆଇ ଟେକ୍ନୋଲୋଜୀର ନିବେଶ ମାଧ୍ୟମରେ ପରିବେଶର ଅନୁକୂଳ ବୃଦ୍ଧିକୁ ଆଗକୁ ବଢାଇବା ଦିଗରେ ଏହା ଏକ ପଦକ୍ଷେପ । କମ୍ପାନୀ ପାଖାପାଖି ସମସ୍ତ ଯୋଜନାଗୁଡିକରେ ମୋବାଇଲ ସେବାର ଦରକୁ ବଢାଇଛି ।
ସବୁଠାରୁ କମ ରିଚାର୍ଜ ମୂଲ୍ୟକୁ ବଢାଇ ୧୯ ଟଙ୍କା କରାଯାଇଛି । ଏହା ଏକ ଜିବି ଡାଟା ଆଡ-ଅନ-ପ୍ୟାକ ଅଟେ, ଯାହାର ମୂଲ୍ୟ ୧୫ ଟଙ୍କା ଥିଲା । ଏହା ପାଖାପାଖି ୨୫ ପ୍ରତିଶତରୁ ଅଧିକ ଅଟେ । କମ୍ପାନୀ କହିଛି ଯେ, ୭୫ ଜିବି ପୋଷ୍ଟପେଡ ଡାଟା ପ୍ଲାନର ମୂଲ୍ୟ ବର୍ତ୍ତମାନ ୩୯୯ ଟଙ୍କା ବଢି ୪୪୯ ଟଙ୍କା ହୋଇଯାଇଛି । ଜିଓ ୮୪ ଦିନ ଭ୍ୟାଲିଡିଟୀର ୬୬୬ଟଙ୍କା ଅନଲିମିଟେଡ ପ୍ଲାନର ମୂଲ୍ୟ ମଧ୍ୟ ପାଖାପାଖି ୨୦ ପ୍ରତିଶତ ବଢାଇ ୭୯୯ ଟଙ୍କା କରିଦେଇଛି ।

ବାର୍ଷିକ ରିଚାର୍ଜ ପ୍ଲାନର ମୂଲ୍ୟ ୨୦-୨୧ ପ୍ରତିଶତ ବଢି ୧,୫୫୯ ଟଙ୍କାରୁ ୧,୮୯୯ ଟଙ୍କା ଏବଂ ୨,୯୯୯ ଟଙ୍କାରୁ ୩,୫୯୯ ଟଙ୍କା ହୋଇଯିବ । କମ୍ପାନୀର ବିବୃତ୍ତି ମୁତାବକ, ସମସ୍ତ ୨ ଜିବି ଡାଟା ଏବଂ ଏହାଠାରୁ ଅଧିକ ପ୍ଲାନରେ ଅନଲିମିଟେଡ ୫ଜି ଡାଟା ଉପଲବ୍ଧ ରହିବ । ନୂଆ ଯୋଜନାଗୁଡିକ ତିନି ଜୁଲାଇ, ୨୦୨୪ରୁ ପ୍ରଭାବିତ ହେବ ଏବଂ ସମସ୍ତ ଟଚପଏଣ୍ଟ ଏବଂ ଚ୍ୟାନେଲରୁ ଚୟନ କରାଯାଇପାରେ ।

 

Get real time updates directly on you device, subscribe now.