ନୂଆଦିଲ୍ଲୀ: ଜିଓ ୟଜର୍ସଙ୍କ ଗୋଟିଏ ଭୁଲ ନିଜ ଉପରେ ଭାରି ପଡିପାରେ ଏବଂ ତାଙ୍କ କଲ୍ ହିଷ୍ଟ୍ରୀ କାହା ହାତରେ ମଧ୍ୟ ଲାଗିପାରେ। ରିଲାଏନ୍ସ ଜିଓର ଭାରତରେ ୪୫ କୋଟିରୁ ଅଧିକ ଅକ୍ଟିଭ ୟୁଜର୍ସ ଅଛନ୍ତି। ଏହା ପ୍ରଭାବ କୋଟି କୋଟି ୟୁଜର୍ସଙ୍କୁ ଭୋଗିବାକୁ ପଡିପାରେ। ଜିଓ ୟୁଜର୍ସ ନିଜ ଫୋନର ରିଚାର୍ଜ ପ୍ଲାନ, ଭ୍ୟାଲିଡିଟି ଆଦି ଚେକ୍ କରିବା ପାଇଁ ନିଜ ଫୋନରେ ମାଇଁ ଜିଓ ଆପ୍ ଇନଷ୍ଟଲ କରୁଛନ୍ତି। ମାଇଁ ଜିଓ ଆପରେ ଏଭଳି ଏକ ଫିଚର ଅଛି, ଯାହାକି ଆପଣଙ୍କ ପ୍ରିପେଡ ନମ୍ବରରୁ କରାଯାଇଥିବା ସମସ୍ତ କଲ୍ ହିଷ୍ଟ୍ରୀ ବାହାର କରିଦେବ। ଯଦି ଆପଣ ଏହି ଭୁଲ କରନ୍ତି ତେବେ ଏହି କଲ ହିଷ୍ଟ୍ରୀ କାହା ହାତରେ ବି ଲାଗିପାରେ।
ମାଇଁଜିଓ ଆପରେ ଆପଣଙ୍କ ନମ୍ବରରେ ଆକ୍ଟିଭ ସମସ୍ତ ସର୍ଭିସର ଡିଟେଲ ରହିଥାଏ, ଯେଉଁ କାରଣରୁ ଏହାର ଆକ୍ସେସ କାହା ହାତକୁ ମଧ୍ୟ ଯାଇପାରେ। ଏଥିସହ ଏହା ବିପଦ ମଧ୍ୟ ହୋଇପାରେ। ମାଇଁଜିଓ ଆପରେ ଲଗ-ଇନ କରିବା ଲାଗି ୟୁଜରଙ୍କ ମୋବାଇଲ ନମ୍ବରର ଆବଶ୍ୟକତା ରହିଥାଏ। ଏହାପରେ ନମ୍ବରରେ ଏକ ଓଟିପି ରିସିଭ ହୋଇଥାଏ, ଯାହାକୁ ଜାରି କରିବା ପରେ ଏହି ଆପର ଆକ୍ସେସ ମିଳିଥାଏ। ଯଦି ଭୁଲରେ କିଏ ଆପଣଙ୍କ ଜିଓ ନମ୍ବରର ବ୍ୟବହାର ମାଇଁଜିଓ ଆପରେ ଲଗ୍ ଇନ୍ କରିବା ଲାଗି କରେ ଏବଂ ଭୁଲରେ ତାକୁ ଓଟିପି ମିଳିଯାଏ, ତେବେ ଆପଣଙ୍କ ସମସ୍ତ ପୋଲ ଖୋଲିଯିବ। ଆପଣ କେଉଁ ନମ୍ବରରେ କେତେ ଥର ଏବଂ କେତେ ସମୟ ପର୍ଯ୍ୟନ୍ତ କଲ୍ କରି କଥା ହୋଇଛନ୍ତି, ଏହି ସୂଚନା ମିଳିଯିବ।