fbpx

Jio ର ଏହି ପ୍ଲାନରେ ମିଳୁଛି OTT ସବସ୍କ୍ରିପସନ, ଦାମ୍ ଆରମ୍ଭ ୩୯୯ ଟଙ୍କାରୁ

ଦେଶର ସବୁଠାରୁ ଅଧିକ ୟୁଜର୍ସ ଥିବା ଟେଲିକମ୍ କମ୍ପାନୀ ଜିଓ, ଏହାର ୟୁଜର୍ସଙ୍କୁ ଅନେକ ପ୍ଲାନ୍ ଅଫର କରୁଛି । କମ୍ପାନୀ ଏହାର ୟୁଜର୍ସଙ୍କୁ ପ୍ରିପେଡ ପ୍ଲାନ୍ ସହ ବଢ଼ିଆ ପୋଷ୍ଟପେଡ୍ ପ୍ଲାନ୍ ମଧ୍ୟ ଦେଉଛି । ଏହା ସହ ଅନେକ ପ୍ଲାନରେ କମ୍ବୋ ଅଫର୍ ମଧ୍ୟ ରହିଛି, ଯେଉଁଥିରେ ଆପଣଙ୍କୁ ଗୋଟିଏ ରିଚାର୍ଜରେ ଓଟିଟି ସବସ୍କ୍ରିପସନ୍ ମଧ୍ୟ ମିଳିଥାଏ । ତେବେ ଆଜି ଏଭଳି କିଛି ଶସ୍ତା ପୋଷ୍ଟପେଡ୍ ପ୍ଳାନ୍ ବିଷୟରେ ଜାଣିବା ଯେଉଁଥିରେ ସମସ୍ତ ମୋବାଇଲ ସେବା ସହ ଶସ୍ତାରେ ଓଟିଟି ସବସ୍କ୍ରିପସନ୍ ମଧ୍ୟ ମିଳୁଛି । ଖାଲି ସେତିକି ନୁହେଁ ଏହି ପ୍ଲାନରେ ଡାଟା ରୋଲ ଓଭର ମଧ୍ୟ ରହିଛି ।

ଯଦି ଆପଣ ଓଟିଟି ଶୋ ପସନ୍ଦ କରୁଛନ୍ତି, ତେବେ ଆପଣ ରିଚାର୍ଜ ତ’ ନିଶ୍ଚୟ କରୁଥିବେ । ଅନେକ ଥର ବାରମ୍ବାର ରିଚାର୍ଜ ମଧ୍ୟ କରିବାକୁ ପଡ଼ିଥାଏ । କିନ୍ତୁ ଜିଓର ଏହି ପ୍ଲାନରେ ଗୋଟିଏ ପ୍ଲାନରେ ଆପଣଙ୍କୁ ମୋବାଇଲ ସେବା ସହ ଓଟଟି ସବସ୍କ୍ରିପସନ ମଧ୍ୟ ମିଳିଥାଏ । ।

ଜିଓର ସବୁଠୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ଗୋଟିଏ ରିଚାର୍ଜରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜନୀ+ହଟଷ୍ଟାର ସବସ୍କ୍ରିପସନ ମିଳୁଛି । ଏହା ବ୍ୟତୀତ ମାସ ସାରା ପାଇଁ ୭୫ ଜିବି ଡାଟା । ଅନଲିମିଟେଡ କଲିଂ, ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳୁଛି ।

ସେହିପରି ଅନ୍ୟ ଏକ ପ୍ଲାନ୍ ପୋଷ୍ଟପେଡ୍ ପ୍ଲାନ ହେଉଛି ଜିଓ ୫୯୯ ପ୍ଲାନ୍ । ଏଥିରେ ମଧ୍ୟ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜନୀ+ହଟଷ୍ଟାର ସବସ୍କ୍ରିପସନ ସହ, ଅନଲିମିଟେଡ୍ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳୁଛି । ଏହି ପ୍ଲାନରେ ଆପଣଙ୍କୁ ୧୦୦ ଜିବି ଡାଟା ମିଳିବ ।

ସେହିପରି ୭୯୯ ଟଙ୍କାରେ ଓଟିଟି ସବସ୍କ୍ରିପସନ ସହ ୧୫୦ ଜିବି ଡାଟା, ୯୯୯ ଟଙ୍କା ପ୍ଲାନରେ ଓଟିଟି ସହ ୨୦୦ ଜିବି ଡାଟା ଏବଂ ୧୪୯୯ ଟଙ୍କା ପ୍ଲାନରେ ଓଟିଟି ସହ ୩୦୦ ଜିବି ଡାଟା ମିଳିବ । ଖାଲି ସେତିକି ନୁହେଁ ଏହି ସବୁ ପ୍ଲାନରେ ଜିଓର ସମସ୍ତ ସେବା ମଧ୍ୟ ରହିଛି ।

Get real time updates directly on you device, subscribe now.