fbpx

PhD ଆଡମିଶନ ପାଇଁ ନୂଆ Schedule ଜାରି କଲା JNU, ଜାଣନ୍ତୁ ଜରୁରୀ ତାରିଖ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପିଏଚଡି ଅଡମିଶନ ୨୦୨୩ ପାଇଁ ସଂଶୋଧିତ ସେଡ୍ୟୁଲ ଅଫିସିଆଲ ୱେବସାଇଟ ଅର୍ଥାତ jnu.ac.inରେ ଜାରି କରାଯାଇଛି । ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ, ପ୍ରଥମ ମେରିଟ ଲିଷ୍ଟ ୧୧ ଜାନୁଆରୀ, ୨୦୨୪ରେ ଜାରି କରାଯିବ । ସିଟ ବ୍ଲକିଙ୍ଗ ସହ ପୂର୍ବ-ନାମାଙ୍କନ ପଞ୍ଜୀକରଣ ଏବଂ ପେମେଣ୍ଟ କରିବା ପାଇଁ ଜାନୁଆରୀ ୧୧, ୧୨ ଏବଂ ୧୩ ତାରିଖ ନିର୍ଦ୍ଦାରିତ କରାଯାଇଛି।
ପ୍ରାର୍ଥୀମାନଙ୍କୁ କୁହାଯାଉଛି ଯେ, ଅଧିକରୁ ଅଧିକ ଅପଡେଟ ଏବଂ ସୂଚନା ପାଇଁ ଅଫିସିଆଲ ୱେବସାଇଟକୁ ଚେକ କରନ୍ତୁ । ଦାଖଲ ପାଇଁ ଦ୍ୱିତୀୟ ମେରିଟ ଲିଷ୍ଟ ୧୮ ଜାନୁଆରୀ, ୨୦୨୪ ରେ ପ୍ରକାଶ ପାଇବ ।

ଏହି ଲିଷ୍ଟ ପାଇଁ ପୂର୍ବ-ନାମାଙ୍କନ ପଞ୍ଜୀକରଣ, ପେମେଣ୍ଟ ଏବଂ ସିଟ ବ୍ଲକିଙ୍ଗ ୧୮ ଏବଂ ୧୯ ଜାନୁଆରୀ ଏବଂ ୨୨ ତାରିଖ ନିର୍ଦ୍ଦାରିତ କରାଯାଇଛି । ଦ୍ୱିତୀୟ ସୂଚୀରୁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ପ୍ରବେଶ ବା ପଞ୍ଜୀକରଣ ଯାଞ୍ଚ କରିବାକୁ ପଡିବ ।

ସେହିପରି ଫାଇନାଲ ଲିଷ୍ଟ ୨୯ ଜାନୁଆରୀ ଦିନ ଜାରି କରାଯିବ । ପ୍ରବେଶ ବା ପଞ୍ଜୀକରଣର ଶେଷ ତାରିଖ ୯ ଫେବୃଆରୀ ୨୦୨୪ ଅଟେ । ପ୍ରଥମ ମେରିଟ ଲିଷ୍ଟ ଯେଉଁଥିରେ ପୂର୍ବ-ନାମାଙ୍କନ ପଞ୍ଜୀକରଣ, ପେମେଣ୍ଟ ଏବଂ ସିଟ୍ ବ୍ଲକିଙ୍ଗ ସାମିଲ ରହିଛି । ଏହା ୧୧ ଜାନୁଆରୀ ଏବଂ ୧୩ ଜାନୁଆରୀ ଦିନ ଜାରି କରାଯିବ । ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ପୂରା କାର୍ଯ୍ୟସୂଚୀ ଦେଖିପାରିବେ ।

JNU PhD Admission 2024: ଏପରି କରନ୍ତୁ ଆବେଦନ:

ଷ୍ଟେପ୧: ଅଫିସିଆଲ jnu.ac.inକୁ ଯାଆନ୍ତୁ ।
ଷ୍ଟେପ୨: ହୋମପେଜରେ ପିଏଚଡି ପ୍ରୋଗ୍ରାମ ଉପରେ କ୍ଲିକ କରନ୍ତୁ ।
ଷ୍ଟେପ୩: ନ୍ୟୁ ରେଜିଷ୍ଟ୍ରେସନ ଉପରେ ଟ୍ୟାପ କରି ଆଗକୁ ବଢନ୍ତୁ ।
ଷ୍ଟେପ୪: ନିଜ ଇମେଲ ଆଇଡି ଭରନ୍ତୁ ଏବଂ ପାସୱାର୍ଡ଼ ଜେନେରେଟ କରନ୍ତୁ ।
ଷ୍ଟେପ୫: ସମସ୍ତ ଜରୁରୀ ସୂଚନା ଏବଂ ଡକ୍ୟୁମେଣ୍ଟସ୍ ଜମା କରନ୍ତୁ ।
ଷ୍ଟେପ୬: ଆବେଦନ ପାଇଁ ପେମେଣ୍ଟ କରନ୍ତୁ ଏବଂ ଫାଇନାଲ ସବମିଟ କରନ୍ତୁ ।

Get real time updates directly on you device, subscribe now.