fbpx

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏକ ଜବ୍ ଅଫର ବିଜ୍ଞାପନ; ଅଢେଇ ଲକ୍ଷ ଦରମା ଏବଂ ଖାଇବା, ରହିବା, ଚିକିତ୍ସା ସୁବିଧା ସହ ରହିଛ ଅନେକ ଫାଇଦା

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଏକ ଜବ୍ ଅଫର ବିଜ୍ଞାପନ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଅଢେଇ ଲକ୍ଷରୁ ଅଧିକ ଦରମା ସହିତ ଆହୁରି ଅନେକ ସୁବିଧା ରହିଛି । ଏହି ବିଜ୍ଞାପନରେ ଯାହା ଲେଖାଯାଇଛି ତାହା ଆପଣଙ୍କୁ ଚକିତ କରିଦେବ ।
ସରକାରୀ ଚାକିରିରେ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ । ଏଥିମଧ୍ୟରେ ରହିଛି ବାସଗୃହ, ଟିଏ ଡିଏ ଓ ବହୁ ସମୟରେ ପିଲାଙ୍କ ଲାଗି ସ୍କୁଲ ଫି’ ବି ଶସ୍ତା କରିଦିଆଯାଏ । ଅନ୍ୟପକ୍ଷରେ ବେସରକାରୀ ଚାକିରୀରେ ଏହି ସୁବିଧା କମ୍ ଥଇଲେ ବି ଇନସେନଟିଭ୍ (ଅନୁଦାନ ରାଶି) ଓ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ପରି ଫାଇଦା ଯୋଗାଇ ଦିଆଯାଏ । କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଚାକିରୀର ବିଜ୍ଞାପନରେ ଯାହା ଦେଖିବାକୁ ମିଳିଛି ତାହା ଆପଣଙ୍କୁ ଚକିତ କରିଦେବ ।
ସିଙ୍ଗାପୁରର ଏକ ରେଷ୍ଟୁରାଣ୍ଟ ଭଲ ଦରମା ସହିତ ବିଭିନ୍ନ ପ୍ରକାର ଭତ୍ତାଯୁକ୍ତ ଚାକିରୀର ଯେଉଁ ବିଜ୍ଞାପନ ଦେଇଛି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲୋକପ୍ରିୟ ଟ୍ୱିଟର ଆକାଉଣ୍ଟ@GabbbarSingh ଦ୍ୱାରା ଏହି ବିଜ୍ଞାପନଟିକୁ ପୋଷ୍ଟ କରାଯାଇଛି । ଏହି ବିଜ୍ଞାପନରେ ଏକ ଫଟୋ ରହିଛି ଓ ଲେଖାଯାଇଛି , ଏଠାରେ ଏକ ରେଷ୍ଟୁରାଣ୍ଟ ବାହାରେ ଏକ ନିଯୁକ୍ତି ପୋଷ୍ଟର ଲାଗି ଲେଖାଯାଇଥିବା ସୁବିଧା ଉପରେ ନଜର ପକାନ୍ତୁ । ବିଜ୍ଞାପନରେ ଉଲ୍ଲେଖ ଅଛି ସିଙ୍ଗାପୁରର ଏକ ଫାଷ୍ଟ କାଜୁଆଲ ଭୋଜନାଳୟ ଲାଗି ରୋଷେଇ କର୍ମଚାରୀ ଓ ସେବା କର୍ମଚାରୀ ଆବଶ୍ୟକ । ଏହା ସହିତ ଲେଖାଯାଇଛି ପାର୍ଟ ଟାଇମ୍ ୱାର୍କର୍ସଙ୍କୁ ପ୍ରତି ଘଣ୍ଟାକୁ ୮୦୦ରୁ ୧୩୦୦ ଟଙ୍କା ଓ ଫୁଲ୍ ଟାଇମ୍ ୱାର୍କର୍ସଙ୍କୁ ୨.୨୭ ଲକ୍ଷରୁ ୨.୭୨ ଲକ୍ଷ ପର୍ଯ୍ୟନ୍ତ ଦରମା ପ୍ରତି ମାସକୁ ପ୍ରଦାନ କରାଯିବ । ଏହା ସହିତ କର୍ମଚାରୀ ଭତ୍ତା, ବାର୍ଷିକ ବେତନ ବୃଦ୍ଧି, ଛୁଟୀ, ଚିକିତ୍ସା ଲାଭ, ବର୍ଷକୁ ୨ ଥର ବୋନସ୍, ମିଲ୍ ପ୍ରୋଭିଜନ ସହିତ ଆହୁରି ଅନେକ ସୁବିଧା ପ୍ରଦାନ କରାଯିବ ।

ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ୟୁଜର୍ସ ଏହାଦ୍ୱାରା ବହୁତ ପ୍ରଭାବିତ ହୋଇଛନ୍ତି ଓ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ଏହା କର୍ପୋରେଟ୍ ଚାକିରି ଠାରୁ ବହୁତ ଭଲ ବୋଲି କିଛି ୟୁଜର ମତ ଦେଇଛନ୍ତି । ଆହୁକିଛି ଲୋକ କହିଛନ୍ତି ସିଙ୍ଗାପୁରର ଚଳଣୀ ଦୃଷ୍ଟିରୁ ଏହା ସେମିତି କିଛି ବେଶୀ ନୁହେଁ ।

Get real time updates directly on you device, subscribe now.