fbpx

IISER ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଇଞ୍ଜିନିୟର ଓ ସୁପରିଟେଣ୍ଡେଣ୍ଟ ପଦ ପାଇଁ ବାହାରିଲା ଚାକିରି

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟର ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଓ ଜୁନିୟର ସୁପରିଟେଣ୍ଡେଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ବିଷୟର ଅଧିକ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣି ପାରିବେ ।

ସୁପରିଟେଣ୍ଡିଙ୍ଗ ପାଇଁ ଗୋଟିଏ ପଦ ଖାଲି ରହିଥିବା ବେଳେ ଜୁନିୟର ଇଞ୍ଜିନିୟର ପାଇଁ ୨ଟି ପଦ ଖାଲି ରହିଛି । ସମସ୍ତ ପଦ ୟୁଆର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ସମସ୍ତ ପ୍ରାର୍ଥୀଙ୍କୁ ସିଧାସଳଖ ଭାବେ ନିଯୁକ୍ତି ଦିଆଯିବ । ଫେବୃଆରୀ ମାସ ୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ୫ ତାରିଖରେ ସମାପ୍ତ ହେବ ।

ମାର୍ଚ୍ଚ ମାସ ୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଆଦି ହିସାବକୁ ନିଆଯିବ । ପ୍ରାର୍ଥୀମାନେ କେବଳ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅପଡେଟ୍ ପାଇବା ପାଇଁ ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ପ୍ରମୋଟ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆଇଜର ପ୍ରତିଷ୍ଠାନ କରାଯାଇଛି ।

ବିଜ୍ଞପ୍ତି ଲିଙ୍କ: https://www.iiserbpr.ac.in/engage/announcement/announcement-item.php?id=176

Get real time updates directly on you device, subscribe now.