OSSC ପକ୍ଷରୁ ପୁଣି ନିଯୁକ୍ତି: ANM, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର ଲାବୋରେଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ (କେବଳ ମହିଳା) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩୦ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୯ରେ ତାହା ସମାପ୍ତ ହେବ । ଡିସେମ୍ବର ୨ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ ଓ ଡିସେମ୍ବର ୪ ତାରିଖ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀମାନେ ଏହି ସମସ୍ତ ପଦରେ ଆବେଦନ କରିପାରିବେ । ଏଏନଏମ୍ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ପାସ୍ କରିବା ସହ ଓଡ଼ିଶା ଷ୍ଟେଟ ନର୍ସିଂ ଆଣ୍ଡ ମିଡୱାଇଫ୍ ବୋର୍ଡ ଦ୍ୱାରା ପରିଚାଳିତ ହେଲଥ୍ ୱାର୍କର ମହିଳା ଟ୍ରେନିଂ କୋର୍ସ କରିଥିବେ । ଜୁନିୟର ଲାବ୍ ଟେକ୍ନିସିଆନ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ସାଇନ୍ସ ସହିତ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବେ । ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ସାଇନ୍ସ ସହ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଦ୍ୱାରା ଫାର୍ମାସୀରେ ଡିପ୍ଲୋମା କରିଥିବେ । ସେହିପରି ଷ୍ଟାଫ ନର୍ସ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ସାଇନ୍ସ ସହ ଆଇଏନସି ଅନୁମୋଦିତ ସଂସ୍ଥା ଦ୍ୱାରା ଜିଏନଏମ୍ କରିଥିବେ । ଓଏସଏସସିର ଅଫିସିଆଲ ୱେବସାଇଟ https://www.ossc.gov.in/Public/OSSC/Default.aspx କୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ ।