fbpx

ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବାହାରିଲା ବ୍ୟାଙ୍କ ଚାକିରି: ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁଲାଇ ୧୬ ପୂର୍ବରୁ ଆବେଦନ କରନ୍ତୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ପୁଣି ଏକ ବଡ଼ ସୁଯୋଗ । ୟୁନାଇଟେଡ କମର୍ସିଆଲ ବ୍ୟାଙ୍କ ଲିମିଟେଡ (ୟୁକୋ) ବ୍ୟାଙ୍କ ପକ୍ଷରୁ ୫୪୪ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୧୬ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ବିଭିନ୍ନ ରାଜ୍ୟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଓଡ଼ିଶାର ପ୍ରାର୍ଥୀମାନେ ୪୪ଟି ପଦ ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଭାରତର ସରକାରଙ୍କ ସ୍ୱାରା ମଞ୍ଜୁରୀ ପ୍ରାପ୍ତ ଯେ କୌଣସି ଶିକ୍ଷାନୁଷ୍ଠାନ / ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://nats.education.gov.in/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2024/07/Notification-UCO-Bank-Apprentice-Posts.pdf

Get real time updates directly on you device, subscribe now.