fbpx

ଓଡ଼ିଶା ସରକାର ନିଯୁକ୍ତି: ଦଶମ, ଦ୍ୱାଦଶ, ସ୍ନାତକଙ୍କ ପାଇଁ ଆସିଲା ଚାକିରି ସୁଯୋଗ

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ବଡ଼ ଖବର । ଓଡ଼ିଶା ସରକାରଙ୍କ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଆସନ୍ତା ୯ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ଏଥିପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଦ୍ୱାଦଶ, ବି.ଏ. ବି.ଏସସି. ବି.ଏଡ୍ ହେବା ଜରୁରୀ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ଚଳିତ ବର୍ଷ ଜୁଲାଇ ମାସ ୨୫ ତାରିଖ ସୁଦ୍ଧା ସର୍ବାଧିକ ୨୫ ବର୍ଷ ହୋଇଥିବା ଆବଶ୍ୟକ ।

ଅନୁଗୁଳ ଜିଲ୍ଲା କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିକାଶ ବିଭାଗ ଅଧିନରେ ଜିଲ୍ଲାର ବିଭିନ୍ନ ସ୍କୁଲମାନଙ୍କରେ ଗେଷ୍ଟ ଟିଚର ଭାବେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ ।

ଏହାପରେ ଫର୍ମ ପୂରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟରେ ନିଜ ହସ୍ତାକ୍ଷର କରି ଦୁଇଟି ପାସପୋର୍ଟ ଆକାରର ରଙ୍ଗୀନ ଫଟୋଗ୍ରାଫ ସହିତ ସ୍ପିଡ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ସେମାନଙ୍କର ଆବେଦନ ପତ୍ର ‘ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସର, ଅନୁଗୁଳ’ ଠିକଣାରେ ଆସନ୍ତା ୯ ତାରିଖ ସୁଦ୍ଧା ସକାଳ ୭ଟାରୁ ଦ୍ୱିପ୍ରହର ୧ଟା ମଧ୍ୟରେ ପଠାଇବାକୁ ପଡ଼ିବ । ପ୍ରତ୍ୟେକ ପ୍ରାର୍ଥୀ ତିନୋଟି ସ୍କୁଲକୁ ଅପ୍ସନ ଭାବେ ବାଛି ପାରିବେ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3f5deaeeae1538fb6c45901d524ee2f98/uploads/2023/05/2023053076.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://angul.nic.in/

Get real time updates directly on you device, subscribe now.