fbpx

ମାସିକ ବେତନ ୧ ଲକ୍ଷରୁ ଅଧିକ: ଓଡ଼ିଶା ହାଇକୋର୍ଟରେ ପୁଣି ନିଯୁକ୍ତି ସୁଯୋଗ, ପ୍ରାର୍ଥୀଙ୍କୁ ମିଳିବ DA ସମେତ ଅନ୍ୟାନ୍ୟ ଭତ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ କିଛି ପଦ ପୂରଣ ପାଇଁ ଓଡ଼ିଶା ହାଇକୋର୍ଟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ବଡ଼ ସୁଯୋଗ । ପୁଣି କିଛି ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଏହି ନିଯୁକ୍ତିର ସବିଶେଷ ତଥ୍ୟ ପାଇ ପାରିବେ । ପ୍ରାର୍ଥୀଙ୍କୁ ମାସିକ ବେତନ ୧ ଲକ୍ଷରୁ ଅଧିକ ଟଙ୍କା ମିଳିବ । ଏଥିସହିତ ପ୍ରାର୍ଥୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ପ୍ରଦାନ କରାଯିବ ।

ଅଗଷ୍ଟ ୨ରୁ ୧୬ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଓ.ଏସ.ଜେ.ଏସ ଓ ଓ.ଜେଏସ. ରୁଲ୍ସ ୨୦୦୭ ଓ ପରବର୍ତ୍ତୀ ସମୟର ସଂଶୋଧନ ନିୟମ ଆଧାରରେ ଏହି ନିଯୁକ୍ତି ପରିଚାଳନା କରାଯିବ । ଜିଲ୍ଲା ଜଜ କ୍ୟାଡରରେ ଲିମିଟେଡ କମ୍ପିଟେଟିଭ୍ ଏଗଜାମିନେସର ଜରିଆରେ ଏହି ପଦ ପୂରଣ ହେବ । ଚଳିତ ବର୍ଷ ଏପ୍ରିଲ ମାସ ପହିଲା ସୁଦ୍ଧା ୫ ବର୍ଷର ସେବା ଅଭିଜ୍ଞତା ରହିଥିବା ସିଭିଲ ଜଜ (ସିନିୟର ଡିଭିଜନ) ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ । ମୋଟ ୧୪ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://ohcrecruitment.in/ohc/advertisements/25/advertisement_lce.pdf?v=2

Get real time updates directly on you device, subscribe now.