ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଲ’ ରିସର୍ଚ୍ଚର ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । କଟକ ସ୍ଥିତ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭସ ଅଫ୍ ଓଡ଼ିଶାରେ ଏହି ନିଯୁକ୍ତି ଦିଆଯିବ । ମୋଟ ଦୁଇଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ୩୦ ହଜାର ଟଙ୍କା ମାସିକ ବେତନ ଆକାରରେ ପ୍ରଦାନ କରାଯିବ । ଚଳିତ ବର୍ଷ ଜାନୁଆରୀ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୪୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ନଭେମ୍ବର ମାସ ୧୮ ତାରିଖ ପୂର୍ବରୁ ପ୍ରାର୍ଥୀଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ ।
ଲ’ ରିସର୍ଚ୍ଚର ପଦରେ ପ୍ରାର୍ଥୀଙ୍କୁ ୨ ବର୍ଷ ପାଇଁ ଫିକ୍ସ ଭାବେ ନିଯୁକ୍ତି ଦିଆଯିବ । ଏହି ପଦରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / କଲେଜ / ଶିକ୍ଷାନୁଷ୍ଠାନରୁ ଏଲଏଲବି ଡିଗ୍ରୀ / ଏଲଏଲଏମ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / କଲେଜ / ଶିକ୍ଷାନୁଷ୍ଠାନରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବେ । ପ୍ରାର୍ଥୀଙ୍କର କମ୍ପ୍ୟୁଟର ଉପରେ ଜ୍ଞାନି ରହିଥିବା ଆବଶ୍ୟକ । ୩ ବର୍ଷର ପ୍ରାକ୍ଟିସ କିମ୍ବା ଶିକ୍ଷାଦାନ କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।
ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/236/