Agniveer Vacancy: ଦଶମ ପାସ୍ କରିଥିଲେ ନୌସେନାରେ ମିଳିବ ନିଯୁକ୍ତି, ଭଲ ଦରମା ପାଇବା ପାଇଁ ଏଭଳି କରନ୍ତୁ ଆବେଦନ
ଭାରତୀୟ ନୌସେନାରେ ଚାକିରି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ।
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ଭାରତୀୟ ନୌସେନା ଅଗ୍ନିବୀର (SSR ଏବଂ MR) ଏବଂ SSR (ମେଡିକାଲ୍) ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଛି ।
ଦଶମ, ଦ୍ୱାଦଶ ପାସ୍ କରିଥିବା ଏବଂ ନୌସେନାରେ ଯୋଗ ଦେବାକୁ ଚାହୁଁଥିବା ଯେକୌଣସି ପ୍ରାର୍ଥୀ ନୌସେନାର ସରକାରୀ ୱେବସାଇଟ୍ joinindiannavy.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ।
ନୌସେନାରେ ଯୋଗ ଦେବାକୁ ଚିନ୍ତା କରୁଥିବା ଯେକୌଣସି ବ୍ୟକ୍ତି ୧୦ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ଅନେକ ପଦବୀ ପୂରଣ ହେବାକୁ ଯାଉଛି । ଯେଉଁ ପ୍ରାର୍ଥୀମାନେ ଭାରତୀୟ ନୌସେନାରେ ଯୋଗ ଦେବାକୁ ଭାବୁଛନ୍ତି, ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ ।
ଆୟୁସୀମା-ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ୧୭.୫ ବର୍ଷ
ଆବେଦନ କରିବାର ସର୍ବାଧିକ ବୟସ ୨୩ ବର୍ଷ
ଯୋଗ୍ୟତା-
ଅଗ୍ନିବୀର SSR: ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଗଣିତ, ପଦାର୍ଥ ବିଜ୍ଞାନ ସହିତ ରସାୟନ ବିଜ୍ଞାନ, ଜୀବବିଜ୍ଞାନ କିମ୍ବା କମ୍ପ୍ୟୁଟର ବିଜ୍ଞାନ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ ।
ଅଗ୍ନିବୀର ଏମ୍.ଆର୍.: ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଉଚିତ ।
ଆବେଦନ ଶୁଳ୍କ- ଜେନେରାଲ, ଇଡବ୍ଲୁଏସ୍, ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ 550 ଟଙ୍କା।
ଏସସି, ଏସଟି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ 550 ଟଙ୍କା।
ଆବେଦନ ଫି ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ, UPI କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ମୋଡ୍ ମାଧ୍ୟମରେ ପୈଠ କରାଯାଇପାରିବ ।