fbpx
BJD SKY
BJD SKY

ଲୋକସଭାରେ ମିଳିବ ଓଡ଼ିଆ ପିଲାଙ୍କୁ ଚାକିରି: ମାର୍ଚ୍ଚ ୩ ସୁଦ୍ଧା ଆବେଦନ କରନ୍ତୁ

BJD

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତର ଲୋକସଭା ସେକ୍ରେଟାରିଏଟ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କନସଲଣ୍ଟାଣ୍ଟ ଇଣ୍ଟରପ୍ରିଟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଫେବୃଆରୀ ମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ଏଥିରେ ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା / ଡିଗ୍ରୀ / ପିଜି (ପ୍ରାସଙ୍ଗିକ ବିଭାଗ) ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦୨୩ ମସିହା ମାର୍ଚ୍ଚ ମାସ ୩ ତାରିଖ ସୁଦ୍ଧା ୨୭ରୁ ୭୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଏହି ପଦବୀ ପାଇଁ ବିଭିନ୍ନ ଆଞ୍ଚଳିକ ଭାଷାର ପ୍ରାର୍ଥୀମାନେ ଆବେଦନ କରିପାରିବେ । ସେହି ଭାଷାଗୁଡ଼ିକ ମଧ୍ୟରେ ଆସାମିଜ, ବଙ୍ଗାଳି, ବୋଡୋ, ଡୋଗ୍ରୀ, ଗୁଜରାଟି, କନ୍ନଡ଼, କଶ୍ମୀରୀ, କୋଙ୍କଣୀ, ମୈଥିଲି, ମାଲୟାଲମ, ମଣିପୁରୀ, ମରାଥୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସାନ୍ତାଳି, ସିନ୍ଧି, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ରହିଛି ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-Lok-Sabha-Consultant-InterPreter-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://loksabha.nic.in/

Get real time updates directly on you device, subscribe now.