fbpx

WWEରୁ ଅବସର ଘୋଷଣା କଲେ ୧୬ଥରର ବିଶ୍ୱ ଚାମ୍ପିୟନ ଜନ୍ ସୀନା

ନୂଆଦିଲ୍ଲୀ: ୱାର୍ଲ୍ଡ ରେସଲିଂ ଏଣ୍ଟରନେଟମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ରୁ ଅବସର ଘୋଷଣା କରିଛନ୍ତି ୧୬ ଥରର ବିଶ୍ୱ ଚାମ୍ପିୟନ ଜନ୍ ସୀନା । ଟରୋଣ୍ଟୋରେ ମନୀ ଇନ୍ ଦିନ ବ୍ୟାଙ୍କ ଲାଇଭ୍ ଇଭେଣ୍ଟ ଅବସରେ ସୀନା ଏହି ଘୋଷଣା କରିଛନ୍ତି । ପୂର୍ବରୁ ତାଙ୍କର ଅବସର ନେଇ କୌଣସି ସୂଚନା ସାମ୍ନାକୁ ଆସିନଥିଲା । ତେଣୁ ସୀନାଙ୍କ ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୀନା ଏକ ନୂଆ ଟି-ଶାର୍ଟ ପିନ୍ଧିଥିବା ବେଳେ ସେଥିରେ ‘ଦି ଲାଷ୍ଟ ଟାଇମ୍ ଇଜ୍ ନାଓ’ ଲେଖାଥିଲା । ସେହି ଟି-ଶାର୍ଟ ରିଟାୟାରମେଣ୍ଟ ଘୋଷଣାର ସଙ୍କେତ ଦେଇଥିଲା ।

ଡବ୍ଲ୍ୟୁଡବ୍ଲ୍ୟୁଇ ହଲ ଅଫ୍ ଫେମର ଟ୍ରିଶ ଷ୍ଟ୍ରେଟସ ପକ୍ଷରୁ ଦର୍ଶକଙ୍କ ଆଗରେ ସୀନାଙ୍କ ପରିଚୟ କରାଯାଇଥିଲା । ଏହାପରେ ସୀନା ନିଜର ରିଟାୟାରମେଣ୍ଟ ବାବଦରେ ଘୋଷଣା କରିଥିଲେ । ଏହି ବିଶ୍ୱ ଚାମ୍ପିୟନ ଶେଷ ଥର ପାଇଁ ରେସଲମେନିୟାରେ ରେସଲ କରିବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ରେସଲମେନିୟା ୪୧ ତାଙ୍କର ରେସଲମେନିୟାରେ ଶେଷ ପ୍ରଦର୍ଶନ ହେବ ଓ ସେ ଆସନ୍ତାବର୍ଷ ଡିସେମ୍ବର ପର୍ଯ୍ୟନ୍ତ ରେସଲ ଜାରି ରଖିବେ ବୋଲି ସୀନା ମନୀ ଇନ୍ ଦି ବ୍ୟାଙ୍କ ମିଡ଼ିଆ ସ୍କର୍ମରେ କହିଥିଲେ । ‘ଆଜି ମୁଁ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁରୁ ନିଜର ରିଟାୟାରମେଣ୍ଟର ଘୋଷଣା କରୁଛି’ ବୋଲି ସୀନା ରିଙ୍ଗ ଭିତରେ କହିଥିଲେ ।

ଡବ୍ଲୁଡବ୍ଲ୍ୟୁଇରେ ସୀନାଙ୍କର କ୍ୟାରିୟର ଶାନଦାର ରହିଥିଲା । ସେ ୨୦୦୨ରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ଡେବ୍ୟୁ କରିଥିଲେ ଓ ଜୁନରେ ସ୍ମେକଡାଉନର ଏକ ଏପିସୋଡ ଅବସରରେ କୁର୍ଟ ଏଙ୍ଗଲର ଓପନ ଚାଲେଞ୍ଜକୁ ଜବାବ ଦେଇଥିଲେ । ସେ ଫ୍ୟାନ୍ସଙ୍କ ମଧ୍ୟରେ ଖୁବଶୀଘ୍ର ପ୍ରସିଦ୍ଧି ଅର୍ଜନ କରିଥିଲେ ଓ ନିଜ କ୍ୟାରିୟରର ପ୍ରଥମ ଡବ୍ଲୁଡବ୍ଲ୍ୟୁଇ ଚାମ୍ପିୟନଶିପ୍ ଜିତିଥିଲେ । ଏଥିସହିତ ସେ ୧୩ ଥର ଡବ୍ଲ୍ୟୁଡବ୍ଲ୍ୟୁଇ ଟାଇଟଲ ଜିତିଥିଲେ । ୩ ଥର ୱାର୍ଲ୍ଡ ହେଭିୱେଟ ଚାମ୍ପିୟନଶିପ ଜିତିଥିଲେ ଓ ୨ ଥର ରୟାଲ ରମ୍ବଲ ଜିତିଥିଲେ । ହଲିଉଡରେ ବ୍ୟସ୍ତ ରହିବା କାରଣରୁ ସୀନା ଗତ କିଛି ବର୍ଷ ହେଲା ଡବ୍ଲ୍ୟଡବ୍ଲ୍ୟୁଇରେ ଅଧିକ ସମୟ ଦେଇ ପାରିନଥିଲେ । ଗତବର୍ଷ ସେ ନିଜ କ୍ୟାରିୟରରେ ପ୍ରଥମ ଥର ଭାରତ ଗସ୍ତ କରିଥିଲେ ।

Get real time updates directly on you device, subscribe now.