fbpx

‘ହର୍ ଘର୍ ତିରଙ୍ଗା’ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ କଥା କହିଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କରାଯାଇଥିବା ହର ଘର ତିରଙ୍ଗା ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି । ଏହି ଅବସରରେ ଆଜି ଲୋକସେବା ଭବନଠାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ୟ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ଏହି ଅଭିଯାନରେ ପ୍ରତ୍ୟେକ ଓଡିଶାବାସୀ ଆଗଭର ହୋଇ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଆମ ପାଇଁ ବହୁ ସମ୍ମାନ ଓ ଗୌରବର ବିଷୟ। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ ବିଷୟରେ ସଚେତନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ।

ସେହିପରି ଲୋକସେବା ଭବନଠାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ୟ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ା ‘ହର୍ ଘର୍ ତିରଙ୍ଗା ଅଭିଯାନ’ର କାନ୍‌ଭାସ୍‌ରେ ଜୟ ହିନ୍ଦ୍, ଭାରତ ମାତା କି ଜୟ ନାରା ସହ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ ମନ୍ତ୍ରୀମାନେ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଉଡାଇଥିଲେ ।

Get real time updates directly on you device, subscribe now.