ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ
ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।
ଭୁବନେଶ୍ବର: ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଯୁଗ୍ମ ନିର୍ଦ୍ଦେଶରକଙ୍କର 2ଟି ଫାର୍ମହାଉସ୍ ସମେତ 84 ଏକର ଜମି ମିଳିଥିଲା । 58 ଲକ୍ଷର ବ୍ୟାଙ୍କ ଜମା ଏବଂ 312 ଗ୍ରାମର ସୁନାଗହଣା ଠାବ ହୋଇଥିଲା ।
ଭୁବନଶ୍ବରରେ ଗୋଠପାଟଣାରେ 3-BHK ସହ 2ଟି ବିଲ୍ଡିଂ ମଧ୍ୟ ମିଳିଥିଲା ।
ସୂଚନାମୁତାବକ, ଗତକାଲି ଏକକାଳୀନ ୮ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ ହୋଇଥିବା ବେଳେ ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଥିବା ଦୟାନିଧିଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।
ଚଢାଉ ହୋଇଥିବା ସ୍ଥାନଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ କୁପାଗାଁ ଗ୍ରାମରେ ଶ୍ରୀ ବାଗଙ୍କ ବାସଭବନ, ଧର୍ମଗଡ଼ ଥାନା ଅଧୀନ ବିକ୍ରମଗୁଡ଼ାରେ ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ବାଗଙ୍କ ଫ୍ଲାଟ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ତାଙ୍କ ଏଲଆଇଜି ଘର, ଭୁବନେଶ୍ୱରସ୍ଥିତ ମୃତ୍ତିକା ସଂରକ୍ଷଣ ଓ ଜଳସମ୍ପଦ ବିକାଶ ନିର୍ଦ୍ଦେଶାଳୟରେ ବାଗଙ୍କ ଅଫିସ ଚାମ୍ବର ଉପରେ ମଧ୍ୟ ଚଢାଉ ହୋଇଥିଲା ।
ଏପଟେ ନବରଙ୍ଗପୁର ଜିଲ୍ଲା, ମାଝିଗୁଡ଼ା ଛକ ନିକଟ ପଡ଼ାଲଗୁଡ଼ାସ୍ଥିତ ଅଛି ଏକ ନିର୍ମାଣାଧୀନ ବିଲଡିଂ। ଏବଂ ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ଶ୍ରୀ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଏକ ବିଲଡିଂରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ।