ଢେଙ୍କାନାଳ: ବଜ୍ରାଘାତରେ ଭାଙ୍ଗିଗଲା ମହିମା ଗାଦିର ଦଧିନଉତି। ଯୋରନ୍ଦା ମହିମା ଗାଦିର ଦଧିନଉତି ଭାଙ୍ଗିଯାଇଛି। ମୁଖ୍ୟ ଗାଦି ମନ୍ଦିରର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଯାଇଛି।
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବିଶ୍ଵ ପ୍ରସିଦ୍ଧ ମାଘମେଳା ଆରମ୍ଭ ଫେବୃଆରୀ 11, 2025 ହୋଇଥିଲା। ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିଥିଲେ। ଏଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।
ମଙ୍ଗଳବର ମାଘ ଶୁକ୍ଳ ଚତୁର୍ଦଶୀ, ବୁଧବାର ପୂର୍ଣ୍ଣମୀ ଏବଂ ୧୩ ତାରିଖ ଗୁରୁବାର ପ୍ରତିପଦା ୩ ଦିନ ଧରି ଝାଡଦୀପ ପ୍ରଜ୍ବଳନ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିମା ସାଧୁମାନେ ଗାଦିରେ ବସିଥିଲେ। ମାଘ ଶୁକ୍ଳ ଚତୁର୍ଦଶୀ ଏବଂ ପୂର୍ଣ୍ଣମୀ ଦୁଇ ଦିନ ଧରି ଗାଦି ମନ୍ଦିରର ଚାରି ମୁଖଶାଳାରେ ବୃହତ୍ ଝାଡଦୀପ ପ୍ରଜ୍ବଳନ କରାଯାଇଥିଲା।
ଝାଡଦୀପରେ ଘୃତାହୁତି କରି ଜଗତର ମଙ୍ଗଳ କାମନା କରାଯାଇଥାଏ। ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦା ମହିମା ଗାଦିରେ ୧୮୭୪ ମସିହାରେ ମହିମା ଗୋସାଇଁ ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ। ସେବେଠାରୁ ଯୋରନ୍ଦାରେ ବାର୍ଷିକ ମାଘମେଳାରେ ସାଧୁ, ସନ୍ନାସୀ ଓ ଭକ୍ତ ସମବେତ ହୋଇ ଝାଡଦ୍ଵୀପରେ ଘୃତାହୁତି ପ୍ରଦାନ କରି ଆସୁଛନ୍ତି।