fbpx

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ୱାଦିକ, ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ଗେହ୍ଲି ଝିଅକୁ ଛାଡି ଚାଲିଗଲେ ଆଶୁତୋଷ

Advertisement

କନ୍ଧମାଳ(ଓଡ଼ିଶା ଭାସ୍କର ): ସାମ୍ୱାଦିକ ଆଶୁତୋଷ ବେହେରା (୪୫)ଙ୍କ ରବିବାର ରାତି ୯ଟାରେ ପରଲୋକ ହୋଇଯାଇଛି । ସେ ଫୁଲବାଣୀ କୋଭିଡ୍‌ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କର ଅକ୍ସିଜେନ ଲେବଲ୍‌ ୪୦ରେ ଥିଲା । ଡାକ୍ତରଙ୍କ ସତଚେଷ୍ଟା ଫଳରେ ମଧ୍ୟ ତାଙ୍କର ଅକ୍ସିଜେନ ଲେବଲ ବଢ଼ି ନଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଶୁତୋଷ ବେହେରା ବଣ୍ଟି ଭାଇ ନାମରେ ପରିଚିତ । ସେ ଜଣେ ପିକୁଲାର, ଥଟ୍ଟା ତାମ୍‌ସା, ବଡ଼ମାନଙ୍କୁ ସମ୍ମାନ ଦେବା ସହ ଖୁବ୍‌ ମଜାଳିଆ ମିଜାଜ୍‌ର ଥିଲେ । ଶେଷରେ ହସି ହସି ପରିବାରରେ ଭଲପାଉଥିବା ସ୍ତ୍ରୀ ଓ ଗେହ୍ଲି ଝିଅକୁ ଛାଡି ଚାଲିଗଲେ । ବଣ୍ଟି ଭାଇଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧକରି ଦେଇଛି । ବଣ୍ଟି ଭାଇଙ୍କ ସ୍ତ୍ରୀ ଜଣେ ସୁ ର୍‌ଭାଇଜର ଭାବେ ସରକାରୀ ଚାକିରି କରନ୍ତି । ଆଶୁତୋଷଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ସାମ୍ବାଦିକମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି ।

Get real time updates directly on you device, subscribe now.