Breaking: କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ସାମ୍ୱାଦିକ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଅଣାୟତ୍ତ ସ୍ଥିତି। ଲୋୟର ପିଏମଜିରେ ଗର୍ଜୁଛନ୍ତି କଂଗ୍ରେସ ଆନ୍ଦୋଳନକାରୀ। ପୋଲିସ ଉପରକୁ ଆକ୍ରମଣ ବେଳେ ସାମ୍ୱାଦିକ ମଧ୍ୟ ଆକ୍ରମଣର ଶିକାର। ଜଣେ ସାମ୍ୱାଦିକଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ୍। ଗୋଟେପଟେ ଆନ୍ଦୋଳନକାରୀଙ୍କ ଆକ୍ରୋଶ ଅନ୍ୟପଟେ ପୋଲିସର ଲାଠି ଚାର୍ଜ ସାଙ୍ଗକୁ ପାଣି ମାଡ। ଆଉ ଆନ୍ଦନକାରୀ ଏତେ ଉତ୍ୟକ୍ତ ହୋଇଯାଇଛନ୍ତି ଯେ, ଲାଠିମାଡ଼କୁ ବି ଖାତିର କରୁନାହାନ୍ତି।

ଆଉ ହାତରେ ଯାହା ପାରୁଛନ୍ତି ଧରି ଆକ୍ରମଣ କରୁଛନ୍ତି। ଠିକ୍ ସେହିପରି ଅଣ୍ଡା ମାଡ଼ ସହ ଢେଲା ପଥର ମଧ୍ୟ ମାଡ଼ କରିଥିଲେ ଆନ୍ଦୋଳନକାରୀ। ଏହାସହ ପୋଲିସ ଉପରକୁ ଚେୟାର ମଧ୍ୟ ଫୋପାଡିଥିଲେ। ଆଉ ଆନ୍ଦୋଳନସ୍ଥଳରେ କାର୍ଯ୍ୟରତ ସାମ୍ୱାଦିକ ନିଜକୁ ସୁରକ୍ଷା ଦେବା ପାଇଁ ଚେୟାରକୁ ମୁଣ୍ଡରେ ମୁଣ୍ଡାଇ ଥିଲେ।

ତଥାପି ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ୱାଦିକ ଘଟଣା ସ୍ଥଳରେ ସାମ୍ୱାଦିକତା କରୁଥିବା ବେଳେ କଂଗ୍ରେସ କର୍ମୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କର୍ମୀଙ୍କ ଚେୟାର ମାଡରେ ସେ ଆହତ ହୋଇଛନ୍ତି।

ଆହତ ସାମ୍ୱାଦିକ ଜଣଙ୍କ ନାଁ ହେଲା ପ୍ରଭାତ ବିଷୋୟୀ। ପ୍ରତିନିଧି ଜଣଙ୍କ ମୁଣ୍ଡରେ ଚେୟାର ମାଡ଼ ହୋଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଲୋୟର ପିଏମଜିରେ ରିପୋର୍ଟିଂ କରିବା ବେଳେ ପ୍ରତିନିଧି ଜଣକ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।