fbpx

ଭୁବନ ବାମଙ୍କ ପ୍ରଶଂସାରେ ଏମିତ ଲେଖିଲେ Jr. NTR ; ଟ୍ୱିଟ କରି କଲେ ପ୍ରଶଂସା

ନୂଆଦିଲ୍ଳୀ: ଭାରତର ସବୁଠାରୁ ଲୋକପ୍ରିୟ ୟୁଟ୍ୟୁବର ଭୁବନ ବାମଙ୍କୁ ପ୍ରଶଂସା କରିଛନ୍ତି ତେଲୁଗୁ ହିରୋ ଜୁନିୟର ଏନଟିଆର । ୟଙ୍ଗ ଟାଇଗର ଏନଟିଆର ଟ୍ୱିଟ୍ କରି ଭୁବନ ବାମଙ୍କୁ ବେଶ ପ୍ରଶଂସା କରିଛନ୍ତି । ଭୁବନ ବାମ ନିକଟରେ ନିଜର ୟୁଟ୍ୟୁବ୍ ୱେବ୍ ସିରିଜ୍ ଢିଣ୍ଡୋରା ରିଲିଜ୍ କରାଇଥିଲେ । ଏହି ସିରିଜର ବର୍ତ୍ତମାନ ସୁଦ୍ଧା ୩ଟି ଏପିସୋଡ ଆସିଥିବା ବେଳେ ଦର୍ଶକ ମହଲରେ ବେଶ ପସନ୍ଦ କରାଯାଇଛି । ଭୁବନ ବାମ ଏହି ସିରିଜରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କି ଦିଲ୍ଲୀରୁ ଆସିଥିବା ଜଣେ ଯୁବକ ବିନା କିଛି କଣ୍ଟାକ୍ଟରେ କିଭଳି ଏତେ ବଢିଆ କଣ୍ଟେଣ୍ଟ ନିର୍ମାଣ କରିଛନ୍ତି । ନିଜର ଅନ୍ୟ ୟୁଟ୍ୟୁବ ଚରିତ୍ର ଗୁଡିକୁ ନେଇ ଢିଣ୍ଡୋରା ନାମକ ଏକ ଚମକ୍ରାର ୱେବ ସିରିଜ୍ ନିର୍ମାଣ କରିଛନ୍ତି ଭୁବନ ବାମ । ଭୁବନ ବାମଙ୍କୁ ଅନେକ ଅନେକ ଶୁଭେଚ୍ଛା ।

Get real time updates directly on you device, subscribe now.