ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ଗର୍ଜିଲା ଯୁବଛାତ୍ର କ୍ରାନ୍ତି ସେନା, 7 ଦାବି ରଖି ସରକାରଙ୍କୁ ଘେରିଲେ
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ନ୍ୟାୟ ଦେଇପାରିଲେନି କହିଲେ ଯୁବ ଛାତ୍ର କ୍ରାନ୍ତି ସେନା ଆବାହକ ।
ଭୁବନେଶ୍ବର: ବାଲେଶ୍ଵର ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଚାରିଆଡୁ ବିରୋଧର ସ୍ବର ଦେଖାଯାଉଛି । ଘଟଣାକୁ ନେଇ ଯୁବଛାତ୍ର କ୍ରାନ୍ତି ସେନା ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଓଡ଼ିଶା ଇତିହାସରେ ଏକ ଲଜ୍ଜା ଜନକ ଘଟଣା ଏବଂ ଡ଼ିଶାବାସୀଙ୍କୁ କଣ ପାଇଁ ମିଛ କୁହାଗଲା ଏବଂ ସମସ୍ତଙ୍କୁ ଅନ୍ଧାରରେ ରଖାଗଲା ସରକାର ଏହାର ଜବାବ ଦିଅନ୍ତୁ ବୋଲି ଯୁବଛାତ୍ର କ୍ରାନ୍ତି ସେନା ଆବାହକ ପାର୍ଥ ସାରଥୀ ମୁଦୁଲି ଦାବି କରିଛନ୍ତି ।
ଏହି ଘଟଣାରେ ଛାତ୍ରୀଜଣଙ୍କୁ ମୃତ୍ୟୁମୁଖକୁ କଲେଜ କର୍ତ୍ତୃପକ୍ଷ, ଉଚ୍ଚଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାର ଠେଲି ଦେଇଥିଲେ ବୋଲି ଯୁବଛାତ୍ର କ୍ରାନ୍ତି ସେନା କହିଛି। ଛାତ୍ରୀଙ୍କ ଉପରେ ହେଉଥୁବା ଶାରୀରିକ ଓ ମାନସିକ ନିର୍ଯ୍ୟାତନା ବିଷୟରେ ପ୍ରଥମେ କଲେଜ କର୍ତ୍ତୃପକ୍ଷ, ଉଚ୍ଚଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ସାଂସଦ, ପୋଲିସ୍ ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନଙ୍କ ଦାୟିତ୍ବହୀନତା ଯୋଗୁ ଛାତ୍ରୀଜଣକ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଛାତ୍ରୀଜଣକ ଏବିଭିପି କର୍ମକର୍ତ୍ତା ଥୁଲେ ଓ ଭାରତରେ ବର୍ତ୍ତମାନ ଡବଲ ଇଞ୍ଜିନ ଚାଲିଛି, ସେ ନେଇ ନିଜ ସଂଗଠନ ଏବଂ ପାର୍ଟି ଫୋରମରେ ମଧ୍ୟ ଅଭିଯୋଗ କରିଥିଲେ ।
ଗରିବ-ଧନୀ ପାଇଁ ନିୟମ ଅଲଗା- ୧୦୦ କିଲୋମିଟର ଦୂରରୁ ପାଠ ପଢିବାକୁ ଆସିଥିବା ଜଣେ ନିରୀହ ଗରିବ ଝିଅକୁ ଯେତେବେଳେ ନ୍ୟାୟ ମିଳିପାରିଲା ନାହିଁ । ସମସ୍ତଙ୍କ ଠାରୁ ନିରାଶ ହେବା ପରେ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ଯେ, କଲେଜ କ୍ୟାମ୍ପସରେ ସିସିଟିଭି ଲାଗିଥିଲେ ମଧ୍ୟ ଦିନ ଦ୍ବିପ୍ରହରରେ କଲେଜ ଅଧିକ୍ଷକଙ୍କ ରୁମ୍ ସମ୍ମୁଖରେ ସମସ୍ତ ଛାତ୍ରଛାତ୍ରୀ, କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ଥିବା ସମୟରେ ଛାତ୍ରୀଜଣଙ୍କ ଉପରେ ଏପରି କି ପ୍ରକାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥୁଲା ଯେ, ସେ ଅଧ୍ୟକ୍ଷକଙ୍କ ରୁମରୁ ବାହାରି ସର୍ବସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ସେ ଛାତ୍ରାଜଣକ ସାଙ୍ଗରେ ପେଟ୍ରୋଲ ଆଣିଥିଲେ ମଧ୍ୟ ତାଙ୍କ ସହପାଠୀମାନେ କିପରି ଜାଣିପାରିଲେ ନାହିଁ ତାକୁନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଘୋଷଣା ପୂର୍ବରୁ ଛାତ୍ରୀଙ୍କ ମୃତ୍ୟୁ- ଛାତ୍ରୀଜଣକ ଆତ୍ମହୁତି ଉଦ୍ୟମ କରିବା ପରେ ମେଡ଼ିକାଲରେ ଚିକିତ୍ସିତ ହେବା ସମୟରେ ହିଁ ମୃତ୍ୟୁବରଣ କରିଥିଲେ ମଧ୍ୟ ମୃତ୍ୟୁଖବରକୁ ଜାଣିଶୁଣି ଋପି ରଖାଯାଇଥିଲା ଏବଂ ରାଷ୍ଟ୍ରପତିଙ୍କ ଗସ୍ତ ପରେ ମେଡ଼ିକାଲ କର୍ତ୍ତୃପକ୍ଷ ଛାତ୍ରୀଜଣଙ୍କୁ ମୃତ ଘୋଷଣା କରଯିବା ନେଇ ସରକାରଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଛାତ୍ରୀଙ୍କ ଅଭିଯୋଗ ପରେ ମଧ୍ୟ ସାହାଯ୍ୟ ମିଳିପାରିଲା ନାହିଁ । ଛାତ୍ରୀଜଣକ ଗୁରୁଜନ ହିସାବରେ ବାଲେଶ୍ୱର ସାଂସଦଙ୍କୁ ଦେଖା କରି ନିଜର ଅଭିଯୋଗ ଶୁଣାଇଥିଲେ ମଧ୍ୟ ସାଂସଦ ଜଣକ ଏହାକୁ ଗୁରୁତର ସହିତ ନନେଇ କେବଳ ଲୋକଦେଖାଣିଆ କଲେଜ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ।
ଅନ୍ୟପକ୍ଷରେ ଛାତ୍ରୀଜଣଙ୍କ ଏବିଭିପିର ଜଣେ ବରିଷ୍ଠ କର୍ମକର୍ତ୍ତା ଥିଲେ ମଧ୍ୟ ଏବିଭିପି ସଂଗଠନ କଣ ପାଇଁ ଗୁରୁତର ସହ ନେଇ ନଥିଲେ ଓ ଛାତ୍ରୀଜଣକ ୯୫ଭାଗ ପୋଡ଼ିଗଲା ପରେ ମେଡ଼ିକାଲ ରେ ଏବିଭିପି ଯେଉଁ ପ୍ରକାର ଗୁଣ୍ଡାରାଜ କରି କାହାକୁ ଦେଖା କରିବାକୁ ଛାଡ଼ୁନଥିଲେ, ଏଥିରୁ ପ୍ରମାଣିତ ହେଉଛି ଯେ, ଛାତ୍ରୀଙ୍କ ମୃତ୍ୟୁ ପଛରେ ଏବିଭିପିର ସମ୍ପୂର୍ଣ ହାତ ଅଛି ଏବଂ ମୃତ୍ୟୁକୁ ଋପିଦେଇ ସରକାରଙ୍କୁ ଘଣ୍ଟ ଘୋଡ଼ାଇବା କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଜଣେ ଛାତ୍ରୀଙ୍କ ପ୍ରତି ଏତେବଡ଼ ଅନ୍ୟାୟ ହେଲା, ତା ବିରୁଦ୍ଧରେ ଏବିଭିପି ସ୍ଵର ଉତ୍ତୋଳନ ନକରିବା ଛାତ୍ର ସଂଗଠନ ନାମରେ ଏବିଭିପି ଏକ କଳଙ୍କ ।
ଯଦି ଛାତ୍ରୀଜଣକ ସଙ୍କଟାପନ୍ନ ଥୁଲା ତେବେ ତାଙ୍କୁ ଉତ୍ତମ ଚିକିତ୍ସା ଲାଗି କାହିଁକି ଭଲ ମେଡ଼ିକାଲକୁ ଏୟାରଲିଫ୍ଟ କରାଗଲା ନାହିଁ ତାକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି।ଛାତ୍ରୀଜଣକ ସଙ୍କଟାପନ୍ନ ଥିବା ନେଇ ସାରା ଓଡ଼ିଶାବାସୀ ଝିଅର ଆରୋଗ୍ୟ କାମନା ନେଇ ପ୍ରାର୍ଥନା କରୁଥିବା ବେଳେ ବିଳମ୍ବିତ ରାତ୍ରିରେ ଘେରି କରିବା ନୀତିରେ ମୃତ୍ୟୁ ଘୋଷଣା କରିବା ଏବଂ ରାତ୍ରି ସମୟରେ ପୋଷ୍ଟମର୍ଟମ କରିବା ନିୟମ ନଥିବା ବେଳେ ରାତାରାତି ପୋଷ୍ଟ ମର୍ଟମ କରି ମେଡିକାଲ ପଛଦ୍ଵାର ଦେଇ ମୃତଦେହକୁ ନିଆଗଲା ଓ ଓଡ଼ିଶାବାସୀଙ୍କୁ କଣ ପାଇଁ ମିଛ କୁହାଗଲା ଏବଂ ସମସ୍ତଙ୍କୁ ଅନ୍ଧାରରେ ରଖାଗଲା ସରକାର ଏହାର ଜବାବ ଦିଅନ୍ତୁ ବୋଲି ଯୁବଛାତ୍ର କ୍ରାନ୍ତି ସେନା ଦାବି କରିଛି ।
ଯୁବଛାତ୍ର କ୍ରାନ୍ତି ସେନାର ଦାବି-
୧. ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ଘଟଣାର ଜୁଡ଼ିସିଆଲ ତଦନ୍ତ କରାଯାଉ ।
୨.ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।
୩. ମୋହନ ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ବିଶ୍ୱାସ ନଥୁବାରୁ ଭବିଷ୍ୟତରେ ଯଦି ଏଭଳି ଘଟଣା ଘଟେ, ତେବେ ତାହାର ଉତ୍ତରଦାୟୀ କିଏ ରହିବ, ତାହା ରାଜ୍ୟବାସୀ ସ୍ପଷ୍ଟ କରନ୍ତୁ ।
୪. ଏହି ଘଟଣା ଉପରେ କଠୋର ଆଇନ ଅଣାଯାଉ ।
୫ . ବାଲେଶ୍ଵର ଫକୀର ମୋହନ କଢେଇ ଛାତ୍ର। ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ, ଭବିଷ୍ୟତରେ ଏଭଳି ଘଟଣା ଘଟାଇବାକୁ କୌଣସି ବ୍ୟକ୍ତି ସାହସ କରିବେ ନାହିଁ ।
୬. ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଇକୋଲୋଜିକାଲ କାଉନସେଲିଂ କରାଯାଉ । କାରଣ ଛାତ୍ରଛାତ୍ରୀମାନେ କାହିଁକି ନିର୍ଯ୍ୟାତନା ଦିଆଯାଉଛି ଯାହାକୁ ନେଇ ଛାତ୍ରଛାତ୍ରୀ ପାଠପଢା ଛାଡ଼ିବାକୁ ନିଷ୍ପଭି ନେଉଛନ୍ତି ।
୭. ଯେଉଁ ସମୟରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ସୁରକ୍ଷିତ ନୁନ୍ତି, ସେ ପରିସ୍ଥିତିରେ ବେଟୀ ପଢାଓ, ବେଟୀ ଦଋଓ, ସୁଭଦ୍ରା,କନ୍ୟାରନ୍, ଷ୍ଟୁଡେଣ୍ଟ ଏମ୍ପାୱାରମେଣ୍ଟ ନାରା ପ୍ରତାରଣାରେ ପରିଣତ ହୋଇଛି । ତେଣୁ ଏସବୁକୁ ସରକାର ଗୁରୁତ୍ଵ ଦିଅନ୍ତୁ ।