fbpx
BJD SKY
BJD SKY

ଜୁନ୍ ମାସରେ ଜନ୍ମ ହୋଇଥିଲେ ନିଜ ସ୍ୱଭାବ ଓ କ୍ୟାରିୟର ବିଷୟରେ ଜାଣି ନିଅନ୍ତୁ

BJD

ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଜନ୍ମ ତାରିଖ, ଦିନ, ମାସ ଅନୁସାରେ ତାହାର ଗୁଣଓ ଅବଗୁଣ ବିଷୟରେ ସୂଚନା ପ୍ରଦାନ କରାଯାଏ । ଜୁନ୍ ବର୍ଷର ଷଷ୍ଠ ମାସ ହେବା ସହିତ ସବୁଠାରୁ ଉତ୍ତପ୍ତ ମାସ ହୋଇଥାଏ । ଏହି କ୍ରମରେ ଆଜି ଆମେ ଜୁନ୍ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ଏଠାରେ କହିବାକୁ ଯାଉଛୁ । ଏହା ସହିତ ଜୁନ୍ ରେ ଜନ୍ମଗ୍ରହଣ କରି୍ଥିବା ବ୍ୟକ୍ତିଙ୍କ କ୍ୟାରିୟର କିପରି ରହିବ ସେ ବିଷୟରେ ମଧ୍ୟ ଆମେ ଜାଣିନେବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ନେଇଥିବା ବ୍ୟକ୍ତି ମିଥୁନ କିମ୍ବା କର୍କଟ ରାଶିର ହୋଇଥାନ୍ତି ।
ସ୍ୱଭାବ ବିନମ୍ର :
ଏହି ମାସରେ ଜନ୍ମ ନେଇଥିବା ଲୋକଙ୍କ ସ୍ୱଭାବ ବିନମ୍ର ହୋଇଥାଏ । ଏମାନେ ସର୍ବଦା ଅନ୍ୟକୁ ସାହାଯ୍ୟ କରିବା ଲାଗି ଆଗଭର ହୋଇଥାନ୍ତି । ଏହି ସ୍ୱଭାବ ଲାଗି ଲୋକଙ୍କ ମଧ୍ୟରେ ଏମାନଙ୍କର ଏକ ଅଲଗା ପରିଚୟ ସୃଷ୍ଟି ହୋଇଥାଏ । ଏମାନେ ଖୁବ୍ ଶୀଘ୍ର ଅନ୍ୟମାନଙ୍କ ସହ ମିଶି ଯାଆନ୍ତି । ଏମାନେ ଯେଉଁଠିକୁ ବି ଯାଇଥାନ୍ତି ଲୋକଙ୍କ ସହ ଏକ ଭଲ ସଂପର୍କ ସୃଷ୍ଟି କରିଥାନ୍ତି । ଏମାନେ ଅତର୍କିତ ଭାବରେ କୌଣସି ବି ପଦକ୍ଷେପ ନିଅନ୍ତି ନାହି । ଯୋଜନାବଦ୍ଧ ଭାବରେ ସମସ୍ତ କାମ କରିଥାନ୍ତି ।
ମୁଡ୍ ବଦଳିଥାଏ:
ଏମାନଙ୍କ ମୁଡ୍ କେତେବେଳେ କେମିତି ହୋଇଯିବ ତାହା କେହି ବି କହିପାରିବେ ନାହିଁ । କେତେବେଳେ ଏମାନେ ଆପଣଙ୍କ ସହ ଖୁସିରେ କଥା ହେଉଥିବେ ତ ଆଉ କେତେବେଳେ କଥା ହେଉ ହେଉ ରାଗି ଯିବେଣି ଆପଣ ଜାଣି ପାରିବେନି । ଏମାନଙ୍କ ମୁଡ୍ ମୁହୂର୍ତ୍ତକୁ ମୁହୂର୍ତ୍ତ ବଦଳିଥାଏ । ଏମାନେ ଖୁବ୍ ଶୀଘ୍ର ରାଗିି ଯାଆନ୍ତି କିନ୍ତୁ ବେଶୀ ସମୟ ପର୍ଯ୍ୟନ୍ତ କାହା ଉପରେ ରାଗ ରଖି ପାରନ୍ତି ନାହିଁ । ଏମାନେ ନିଜ ଭାବନା ଉପରେ ବେଶ୍ ନିୟନ୍ତ୍ରଣ ରଖିଥାନ୍ତି ଓ ସହଜରେ କାହା ନିକଟରେ ନିଜ ଭାବନା ବ୍ୟକ୍ତ କରି ନ ଥାନ୍ତି ।
କ୍ୟାରିୟର:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମିତ ଲୋକ ଅଧିକାଂଶ ଡାକ୍ତର, ସାମ୍ବାଦିକ, ଶିକ୍ଷକ, ମ୍ୟାନେଜର କିମ୍ବା ଅଧିକାରୀ ହୋଇଥାନ୍ତି । ଏହା ସହିତ ଏମାନେ ଡ୍ୟାନ୍ସିଂ ଓ ସିଙ୍ଗିଙ୍ଗରେ ବି ସଉକ ରଖିଥାନ୍ତି । ଏମାନେ ଜିଦି ସ୍ୱଭାବର ହୋଇଥାନ୍ତି ।
କଳ୍ପନାରେ ମଜି ରହନ୍ତି:
ଏମାନେ ପ୍ରାୟ ସମୟରେ କଳ୍ପନା ରାଇଜରେ ହଜି ଯାଆନ୍ତି । ଏମାନେ ସ୍ୱଭାବରେ ବିନମ୍ର ଓ ଦୟାଳୁ ହୋଇଥାନ୍ତି । ଏହି କାରଣରୁ ଏମାନେ ଅସହାୟଙ୍କ ସହାୟତା କରିବାକୁ ଆଗଭର ହୋଇ ଆସନ୍ତି ।
ଲକି ରଙ୍ଗ ଓ ସଂଖ୍ୟା:
ଏମାନଙ୍କ ଲକି ସଂଖ୍ୟା ୯ ଓ ୬ । ଲକି ରଙ୍ଗ ଗ୍ରୀନ୍, ୟଲୋ, ମାଜେଣ୍ଟା
ଏମାନଙ୍କ ଲକି ରତ୍ନ ରୁବି ଓ ମୋତି ।

Get real time updates directly on you device, subscribe now.