fbpx

OSSC ପକ୍ଷରୁ ଘୋଷଣା: ଜୁନ ୨୩ରେ ହେବ ଅଡିଟର, କନିଷ୍ଠ ସହାୟକ, WEO ପ୍ରିଲିମିନାରୀ ପରୀକ୍ଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସେମାନଙ୍କର ୟୁଜର ଆଇଡି ଓ ପାସୱାଡ ଦେଇ ଜୁନ୍ ମାସ ୧୦ ତାରିଖ ପରଠାରୁ ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ଏନେଇ ଓଡ଼ିଶା କର୍ମଚାରୀୟ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ମାସରେ ଜାରି ହୋଇଥିବା ବିଜ୍ଞପ୍ତିରେ ୪୯୫ଟି ପଦ ଖାଲି ରହିଥିଲା । ପରବର୍ତ୍ତୀ ସମୟରେ ଦୁଇଟି ପର୍ଯ୍ୟାୟରେ ଉକ୍ତ ପଦ ସଂଖ୍ୟା ଯଥାକ୍ରମେ ୫୦୪କୁ ଓ ୫୭୭କୁ ବୃଦ୍ଧି କରାଯାଇଥିଲା । ପ୍ରାର୍ଥୀଙ୍କୁ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ଗତବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୮ ବର୍ଷ ରହିଥିଲା । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ ରହିଥିଲା ।

Get real time updates directly on you device, subscribe now.