fbpx

ଜୁନିୟର କ୍ଲର୍କ ଓ ଜୁନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି: କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ନାତକଙ୍କୁ ନିଯୁକ୍ତି ଦେବେ ଓଡ଼ିଶା ସରକାର

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଏଗଜିକ୍ୟୁଟିଭ୍ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର, ମିନିଷ୍ଟେରିଆଲ କ୍ୟାଡର (ଗ୍ରୁପ-ସି) ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଏଥିପାଇଁ ଏପ୍ରିଲ ମାସ ୧୧ ତାରିଖରୁ ମେ ମାସ ୧୦ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ ।

ଜେନେରାଲ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଓ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ୩୦୦ ଟଙ୍କାର ଆବେଦନ ଫିସ୍ ପ୍ରଦାନ କରିବାକୁ ପଡ଼ିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲରେ ଇଞ୍ଜିନିୟରିଂ ଡିଗ୍ରୀ / ଡିପ୍ଲୋମା ଓ କଳା / ବିଜ୍ଞାନ / ବାଣିଜ୍ୟରେ ଡିଗ୍ରୀ ପାସ୍ ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://odishalift.com/career/

ଅଫିସିଆଲ ନୋଟିଫିକେସନ ଲିଙ୍କ: https://cdn.digialm.com//per/g01/pub/726/EForms/image/ImageDocUpload/11/11191967787396352475.pdf

Get real time updates directly on you device, subscribe now.