କାମାକ୍ଷାନଗର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ସରକାରୀ ବା ବେସରକାରୀ କର୍ମଚାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କାମାକ୍ଷାନଗରର ଜଣେ କନିଷ୍ଠ କିରାଣି ।
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଇଓ ଅଫିସର କନିଷ୍ଠ କିରାଣି ଜୀବନାନନ୍ଦ ଶତପଥୀଙ୍କୁ ଧରିଛି ଭିଜିଲାନ୍ସ । ସ୍କୁଲ ଏରିଅର ବିଲ୍ କରାଇ ଦେବାକୁ କହି ପ୍ରଧାନଶିକ୍ଷକଙ୍କଠାରୁ ସେ ଲାଞ୍ଚ ନେଉଥିଲେ ।
ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ପିଆଇଏ ପ୍ରୋଜେକ୍ଟ ଆସୋସିଏଟ । ପ୍ରୋଜେକ୍ଟ ଆସୋସିଏଟ ନଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଧରିଥିଲା ଭିଜିଲାନ୍ସ । ପୋଖରୀ ଖୋଳା ବିଲ୍ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ସେ ଧରାପଡ଼ିଥିଲେ ।