fbpx

ଭିଜିଲାନ୍ସ ଜାଲରେ ବନବିଭାଗ କନିଷ୍ଠ କିରାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଜାଲରେ ଫସିଛନ୍ତି ବନ ବିଭାଗର ଜଣେ କନିଷ୍ଠ କିରାଣି । ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ପାଇଁ ଏହି କିରାଣି ଜଣକ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହେତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

ଜଣାପଡ଼ିଛି ଯେ, ବାଲିଶଙ୍କରା ବ୍ଲକ ଦେଓଭୁବନପୁରର ଧରୋ ବାର୍ଲାଙ୍କ ହାତୀ ଆକ୍ରମଣରେ ଗତ ୨୦୧୯ରେ ମୃତ୍ୟୁ ଘଟିଥିଲା । ତେଣୁ କ୍ଷତିପୂରଣ ରାଶି ପାଇବା ପାଇଁ ଯାଇଥିବା ତାଙ୍କ ପୁଅ ପାତ୍ରାସ ବାର୍ଲାଙ୍କ ଠାରୁ ଶ୍ରୀ ହୋତା ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାପରେ ପାତ୍ରାସ ଭିଜିଲାନ୍ସ ଅଫିସ ସହ ଯୋଗାଯୋଗ କରିଥିଲେ । ଏହାପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ କେମିକାଲ ବୋଳା ନୋଟ୍ ଜବତ କରିବା ସହ ଶ୍ରୀ ହୋତାଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.