fbpx

(ଭିଡ଼ିଓ) ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଚଢ଼ାଉ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । କନିଷ୍ଠ ଯନ୍ତ୍ରୀ ବା ଜେଇଙ୍କ ନାଁ ବଂଶୀଧର ସେଠୀ । ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ ଜେଇ ଭାବରେ କାର୍ଯ୍ୟରତ ଅଛନ୍ତି । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।

ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନରେ ତିନି ମହଲା କୋଠା, ଲୋଚାପଡ଼ାରେ ସମ୍ପର୍କୀୟଙ୍କ ଘର, ପୋଲସରା ଅନ୍ତର୍ଗତ ଚିକିରିପଡ଼ାରେ ପୈତୃକ ଘର ଓ ଦିଗପହଣ୍ଡି ସ୍ଥିତ କାର୍ୟ୍ୟାଳୟରେ ରେଡ୍ ଚାଲିଛି । ଏହି ଚଢ଼ାଉରେ ଦୁଇ ଜଣ ଡିଏସପି, ୬ ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.