fbpx

ଜୁନିୟର ଲାଇବ୍ରେରିଆନ ଓ ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଆସଛି ଏକ ବଡ଼ ଅପଡେଟ୍ । ୨୦୨୨ ମସିହା ଡିସେମ୍ବର ମାସ ୩୧ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିବା ଜୁନିୟର ଲାଇବ୍ରେରିଆନ / ଲାଇବ୍ରେରିଆନ, ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ଓ ସିନିୟର ଇକୋନୋମିକ୍ ଇନଭେଷ୍ଟିଗେଟର ପଦକୁ ନେଇ ସୂଚନା ଜାରି କରାଯାଇଛି । ପ୍ରାର୍ଥୀଙ୍କ ପାଇଁ ମୋଟ ମାର୍କ, ପରୀକ୍ଷା ତାରିଖ, କମ୍ପ୍ୟୁଟର ଦକ୍ଷତା ଟେଷ୍ଟର ଭେନ୍ୟୁ ଘୋଷଣା କରାଯାଇଛି ।

ମାର୍ଚ୍ଚ ମାସ ୧୪ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଦକ୍ଷତା ଟେଷ୍ଟ କରାଯିବ । ପ୍ରାର୍ଥୀମାନେ ସକାଳ ୮.୩୦ରେ ରିପୋର୍ଟ କରିବେ ଓ ୯.୩୦ରେ ଗେଟ୍ ବନ୍ଦ ହେବ । ଭୁବନେଶ୍ୱରର ରଘୁନାଥପୁର ସ୍ଥିତ ଶ୍ରୀ ଲିଙ୍ଗରାଜ ଇନଫୋସୋଲ କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । ଏହି ପଦ ପାଇଁ ଆବେଦନ କରିଥିବା ଓ ପୂର୍ବ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ଚେକ୍ କରିପାରିବେ ।

Get real time updates directly on you device, subscribe now.