fbpx

ଜୁନ ୧୧ ଓ ୧୨ରେ ହେବ ଷ୍ଟେନୋଗ୍ରାଫି ଓ ଟାଇପିଂ ଟେଷ୍ଟ: ଜୁନିୟର ଟାଇପିଷ୍ଟ, ଜୁନିୟର ଷ୍ଟେନୋଗ୍ରାଫର ପଦକୁ ନେଇ ଘୋଷଣା କଲା OSSC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ୧୧ ଓ ଜୁନ ୧୨ରେ ହେବ ଷ୍ଟେନୋଗ୍ରାଫି, ଟାଇପିଂ ଟେଷ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର ଟେଷ୍ଟ । ମିଳିତ ନିଯୁକ୍ତି ପରୀକ୍ଷାରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଷ୍ଟୋନୋଗ୍ରାଫି ଓ ଟାଇପିଂ ଟେଷ୍ଟ ନିଆଯିବ । ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ-କମ-ଟାଇପିଷ୍ଟ, ଟାଇପିଷ୍ଟ-କମ-କପିଇଷ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ଏହି ତାରିଖ ଓଡ଼ିଶା ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ସ୍ଥିର କରାଯାଇଛି ।

ଭୁବନେଶ୍ୱର ଏହି ଟେଷ୍ଟ ଅନୁଷ୍ଠିତା ହେବା ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । କେଉଁ ତାରିଖ, କେଉଁ ସମୟରେ ଆଉ କେଉଁ ଟେଷ୍ଟ ନିଆଯିବ ତା’ର ଏକ ସୂଚୀ ଜାରି କରାଯାଇଛି । ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ପ୍ରାର୍ଥୀମାନେ ଜୁନ ୫ ତାରିଖ ପରଠାରୁ ନିଜ ନିଜର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀଙ୍କୁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଆଦି ବିଭିନ୍ନ ପର୍ଯ୍ୟାୟରେ ଯୋଗ୍ୟ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ଚୟନ ହୋଇଛନ୍ତି ।

Get real time updates directly on you device, subscribe now.