fbpx

jurassic world 4: ନଜର ଆସିବେ ହଲିଉଡ ସୁନ୍ଦରୀ ସ୍କାରଲେଟ ଜୋହାନସନ

ଓଡିଶା ଭାସ୍କର: ସ୍କାରଲେଟ ଜୋହାନସନ ଜୁରାସିକ ବ୍ରହ୍ମାଣ୍ଡରେ ନିଜର ପରିଚୟ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏହି ବ୍ଲକବଷ୍ଟର ଫ୍ରାଞ୍ଜାଇଜରେ ମୁଖ୍ୟ ଭୂମିକାରେ ସେ ନଜର ଆସିବାକୁ ଯାଉଛନ୍ତି । ଗୈରେଥ ଏଡବର୍ଥଙ୍କ ଦ୍ୱାରା ନିର୍ଦ୍ଦେଶିତ ଜୁରାସିକ ୱାଲର୍ଡ ୪’ ରେ ସେ ନଜର ଆସିବାକୁ ଯାଉଥିବାର ସୂଚନା ମିଳିଛି । “ଗାଁଡଜିଲା’ ତଥା “ରାୱନ ‘ ଭଳି ଅନେକ ସିନେମାର କାମ ପାଇଁ ଜଣାଯାଉଥିବା ଗୈରେଥଙ୍କ ସିନେମାରେ ଏହି ହଲିଉଡ ସୁନ୍ଦରୀ କାମ କରିବେ । “ଜୁରାସିକ ୱାଲର୍ଡ ୪’ କୁ ଡେବିଡ କୋଏଫ ଲେଖିଥିବାବେଳେ ଏଥିରେ ନୂଆ ଜୁରାସିକ ବ୍ରହ୍ମାଣ୍ଡ ବିଷୟରେ ଦର୍ଶକ ମନୋରଞ୍ଜନର ଅନ୍ୟ ଖୋରାକ ପାଇବେ ।

ରିପୋର୍ଟ ଅନୁସାରେ, ନିଜର ଉତ୍ତେଜନା ବ୍ୟକ୍ତ କରି ସ୍କାରଲେଟ କହିଛନ୍ତି ଯେ, ଜୁରାସିକରେ ଅଭିନୟ କରିବା ପାଇଁ ସେ ବେଶ୍ ଉତ୍ସୁକ ଅଛନ୍ତି ଓ ସେ ମୂଳ ଜୁରାସିକ ଶୃଙ୍ଖଳ ସହ ଏହାକୁ ତୁଳନା କରି ପୂର୍ଣ୍ଣ ଚକ୍ରକ୍ଷଣ ବୋଲି କହିଛନ୍ତି । ଥିଏଟରରେ ସେ ଦେଖିଥିବା ସିନେମାର ଆଗାମୀ ଶୃଙ୍ଖଳରେ କାମ କରିବା ନିଶ୍ଚିତ ଭାବରେ ଏକ ସମ୍ମାନର ବିଷୟ ବୋଲି ଏହି ହଲିଉଡ ସୁନ୍ଦରୀ ପ୍ରକାଶ କରିଛନ୍ତି । ଏହି ଫ୍ରାଞ୍ଜାଇଜରେ କାମ କରିବା ପାଇଁ ସେ ବହୁ ଦିନରୁ ଅପେକ୍ଷା କରିଥିଲେ ବୋଲି ମଧ୍ୟ କହିଛନ୍ତି । “ଜୁରାସିକ ୱାଲର୍ଡ ୪’ ଦର୍ଶକଙ୍କୁ ଡାଇନୋସର ଓ ନୂଆ ନୂଆ ପାତ୍ରଙ୍କ ସହ ପରିଚିତ କରାଇ ଏକ ରୋମାଞ୍ଚକର କାହାଣୀ ଭେଟି ଦେବ । ଏହି ସିନେମାରେ ସ୍କାରଲେଟ ଜୋହାନସନ ସମେତ ଡେବିଡ ଇକୋନୀ, ମହେରଶାଳା ଅଳି, ରୁଫର୍ଟ ଫ୍ରେଡ, ଲୁନା ବ୍ଲେଜ ତଥା ମୈନୁଆଲ ଗାର୍ସିଆ ରୁଲ୍ଫିଙ୍କ ଦମଦାର ଅଭିନୟ ଦେଖିବେ ଦର୍ଶକ ।

Get real time updates directly on you device, subscribe now.