fbpx

ଗୋଟିଏ ମିସ୍ କଲ୍ ରୁ ଜାଣିପାରିବେ PFରେ ଜମା ଅଛି କେତେ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ବା PF, ଯେଉଁଥିରେ ଆପଣଙ୍କ ଦରମାରୁ କଟିଥିବା ଟଙ୍କା ଜମା ହୋଇଥାଏ । ଏହି ଟଙ୍କାକୁ ସେତେବେଳେ ଆପଣ ବ୍ୟବହାର କରିପାରିବେ, ଯେବେ ଆପଣଙ୍କୁ ଟଙ୍କାର ବହୁତ ଆବଶ୍ୟକ ଥିବ । କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଜଣାନାହିଁ କି ତାଙ୍କ PFରେ ଆକାଉଣ୍ଟରେ କେତେ ଟଙ୍କା ଜମା ରହିଛି । କିନ୍ତୁ ଏଣିକି ଆପଣ ଗୋଟିଏ ମିସ୍ଡ କଲ ମାଧ୍ୟମରେ ନିଜ PF ବାଲାନ୍ସ ବିଷୟରେ ଜାଣିପାରିବେ । ରିପୋର୍ଟ ହିସାବରେ ଆପଣ ରେଜିଷ୍ଟର ମୋବାଇଲରୁ ହିଁ ଏକ ମିସ୍ଡ କଲ କରି PF ଆକାଉଣ୍ଟ ବିଷୟରେ ଜାଣିପାରିବେ ।

PFର ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ ନିଜର ରେଜିଷ୍ଟର ମୋବାଇଲ ନମ୍ବରରୁ EPFOHO UAN ଟାଇପ୍ କରିବେ ଓ ତାକୁ ୭୭୩୮୨୯୯୮୯୯ ନମ୍ବରକୁ ପଠାଇବେ । ଏହି ସୁବଧା ୧୦ଟି ଭାଷାରେ ଉପଲବ୍ଧ ରହିଛି । ଯେଉଁଥିରେ ଇଂରାଜୀ ସହିତ ହିନ୍ଦୀ, ପଞ୍ଜାବୀ, ତାଲିମ, ମାଲୟାଲମ, ଗୁଜରାତୀ, ମରାଠୀ, କନ୍ନଡ, ତେଲୁଗୁ ଓ ବଙ୍ଗାଳୀ ଭାଷା ରହିଛି । ଆପଣଙ୍କୁ ନିଜ ଭାଷାରେ ଏହି ତଥ୍ୟ ପାଇବାକୁ ଚାହୁଁଥିଲେ, ରେଜିଷ୍ଟର ମୋବାଇଲ ନମ୍ବରରୁ ଇEPFOHO UAN ଟାଇପ୍ କରି ନିଜ ଭାଷାର ପ୍ରଥମ ୩ ଅକ୍ଷର ଟାଇପ୍ କରିବାକୁ ପଡ଼ିବ ।

ଏସଏମଏସ ବ୍ୟତିତ ଆପଣ UMANG ଆପ ସହାୟତରେ ବି PFର ବାଲାନ୍ସ ବିଷୟରେ ଜାଣିପାରିବେ । ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ Employee Centric Services ଉପରେ କ୍ଲିକ କରିବାକୁ ପଡ଼ିବ । ଏହି ପ୍ରକ୍ରିୟା ପରେ View ପାସବୁକ ଉପରେ କ୍ଲିକ୍ କରିବାକୁ ପଡିବ । ଏଠାରେ ଆପଣ ନିଜର ୟୁଏଏନ ନମ୍ବର ଓ ଓଟିପି ଏଣ୍ଟ୍ରି କରି କେତେ ଟଙ୍କା ଅଛି ଜାଣିପାରିବେ । ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ କୁ କଲ କରିବାକୁ ପଡିବ ଏବଂ ୨ ଟି ରିଙ୍ଗ ପରେ କଲ ସ୍ୱୟଂଚାଳିତ ଭାବରେ ବିଚ୍ଛିନ୍ନ ହେବ । ତେବେ ଏହି ସେବା ସଂପୂର୍ଣ୍ଣ ମାଗଣା ରହିଛି ।

Get real time updates directly on you device, subscribe now.