fbpx

ରଣବୀରଙ୍କ ପାଇଁ ସୁପରମାକେର୍ଟରେ ନଗ୍ନ ହେଲେ ଯୁବତୀ

ମୁମ୍ବାଇ: ସମର୍ଥନ ଏବଂ ସମାଲୋଚନା ଏହି ଦୁଇଟି ହେଉଛି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ଆପଣ କିଛି ବି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣଙ୍କୁ ଏହି ଦୁଇଟିର ଶୀକାର ହେବାକୁ ପଡିବ । କେହି ଆପଣଙ୍କ କାର୍ଯ୍ୟ ପାଇଁ ଆପଣଙ୍କୁ ସମର୍ଥନ କରିବେ ତ କେହି ସମାଲୋଚନା । ନିଜର ନଗ୍ନ ଫଟୋ ସୁଟ ପାଇଁ ଚର୍ଚ୍ଚାରେ ଥିବା ରଣବୀରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ମଧ୍ୟ ହେବାକୁ ପଡୁଛି । କେବଳ ଏତିକିି ନୁହେଁ କେହି କେହି ତାଙ୍କୁ ଏହି ଫଟୋ ସୁଟ ପାଇଁ ଖୁବ ପ୍ରଶଂସା କରୁଥିବା ବେଳେ କିଛି ଥାନାରେ ତାଙ୍କ ନାମରେ ଏଫଆଇଆର ରୁଜୁ ମଧ୍ୟ କରାଯାଇଛି । କିଛି କିଛି ସ୍ଥାନରେ ମହିଳାମାନେ ପ୍ରତିବାଦ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ଏପରିକି ଏକ କାର୍ଟୁନ ରେ କିଛି ମହିଳା ରଣବୀରଙ୍କୁ କପଡା ଦାନ କରୁଥିବାର ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା ରଣବୀର ଏହି ବିବାଦ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । କିନ୍ତୁୂ ତାଙ୍କ ସପକ୍ଷରେ ଜଣେ ପ୍ରସିଦ୍ଧ ୟୁଟୁବର ବାହାରିଛନ୍ତି । ଅଭିନେତ୍ରୀ ତଥା ପ୍ରସିଦ୍ଧ ମଡେଲ ଅମାଣ୍ଡା ସୈର୍ନି ଏକ ଭିଡିଓ ମାଧ୍ୟମରେ ରଣବୀରଙ୍କୁ ନିଜର ସମର୍ଥନ ଜଣାଇଛନ୍ତି । କେବଳ ଏତିକି ନୁହେଁ ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଜଷ୍ଟିସ ଫର ରଣବୀର ବୋଲି ଲେଖିଛନ୍ତି ।

ଏହାପରେ ଅଭିନେତ୍ରୀ ଜଣଙ୍କ ଏକ ସୁପର ମାକେର୍ଟରେ ନିଜର ଏକ ନ୍ୟୁଡ ଭିଡିଓ ପୋଷ୍ଟ କରିଛନ୍ତି । ତେବେ ଅମାଣ୍ଡାଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାର ଲାଗିଥିବା ବେଳେ ତାଙ୍କର ଏହି ବାର୍ତ୍ତା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚୁଛି ।
ବାସ୍ତବରେ କହିବାକୁ ଗଲେ ରଣବୀରଙ୍କର ଏହି ଫଟୋ ସୁଟରେ କୌଣସି ଅଶୀଳନତା ନାହିଁ । ରଣବୀର ପେପର ମାଗାର୍ଜିନ ପାଇଁ ଏହି ଫଟୋ ସୁଟ କରିଥିଲେ । ଯେଉଁଥିରେ ସେ ବିଭିନ୍ନ ଫୋଜରେ ନଜର ଆସିଥଲେ । ଏହା ପରେ ବହୁ ଲୋକ ତାଙ୍କୁ ସମର୍ଥନ କରିଥିବା ବେଳେ କିିଛି ସମାଲୋଚନାର ଶୀକାର ମଧ୍ୟ ହୋଇଛନ୍ତି ରଣବୀର ।

Get real time updates directly on you device, subscribe now.