fbpx

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଏନଭି ରମଣ

ନୂଆଦିଲ୍ଲୀ, ୨୪ା୪ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ନୁଥାଲାପତି ଭେଙ୍କଟ ରମଣ । ପୂର୍ବରୁ ଜଷ୍ଟିସ ରମଣଙ୍କ ନିଯୁକ୍ତି ନେଇ ବୋବଡେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ରମଣ ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି । ଦେଶର ୪୮ତମ ମୁଖ୍ୟ ବିଚାରପତି ଭାବେ ଆଜି ପୂର୍ବାହ୍ନ ୧୧ଟା ସମୟରେ ସେ ଶପଥ ଗ୍ରହଣ କରିବେ । ୧୯୫୭ ମସିହା ଅଗଷ୍ଟ ମାସ ୨୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୮୩ ମସିହାରେ ସେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେ ଅବସର ଗ୍ରହଣ କରିଛନ୍ତି । ତେବେ ସର୍ବୋଚ୍ଚ ଅଦାଲତର ନେତୃତ୍ୱ ନେଇ ସେ ନିଜ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ଜଷ୍ଟିସ୍ ବୋବଡେଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥିଲା ।

Get real time updates directly on you device, subscribe now.