fbpx

ଜ୍ୟେଷ୍ଠ ମାସର ଆଜି ହେଉଛି ଦ୍ୱିତୀୟ ‘ବଡ଼ ମଙ୍ଗଳବାର: ଏହି କାମ କରନ୍ତୁ ନାହିଁ, ଜୀବନ ଉପରେ ଆସିବ ସଙ୍କଟ!

ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ସମସ୍ତ ମଙ୍ଗଳବାରର ବଡ଼ ମହତ୍ତ୍ୱ ରହିଛି । ଏହି ମଙ୍ଗଳବାରକୁ ବଡ଼ ମଙ୍ଗଳବାର କୁହାଯାଏ । ବଡ଼ ମଙ୍ଗଳବାର ଦିନ ହନୁମାନ ଜୀଙ୍କର ପୂଜା ଅର୍ଚ୍ଚନା କରିବା ଉଚିତ୍ । ଏହା କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣା ଦୂର ହୋଇଥାଏ । ମେ’ ୧୭ ରୁ ଆରମ୍ଭ ହୋଇଥିବା ଜ୍ୟେଷ୍ଠ ମାସରେ ୫ ଟି ବଡ଼ ମଙ୍ଗଳବାର ପଡ଼ୁଛି । ଏହି ବଡ଼ ମଙ୍ଗଳବାର  ଜୁନ୍ ମାସ ୧୪ ରେ ଶେଷ ହେବ । ହନୁମାନ ଜୀଙ୍କୁ ଉତ୍ସର୍ଗୀକୃତ ଏହି ମାସରେ ଏକ ଚମତ୍କାର ସଂଯୋଗ ସୃଷ୍ଟି ହେଉଛି, ଯାହାକି ଜ୍ୟେଷ୍ଠ ମାସର ଆରମ୍ଭ ଏବଂ ଶେଷ କେବଳ ମଙ୍ଗଳବାର ଦିନ ଘଟୁଛି । ଏପରି ପରିସ୍ଥିତିରେ ସମସ୍ତ ବଡ଼ ମଙ୍ଗଳବାରର ଗୁରୁତ୍ୱ ଜାଣନ୍ତୁ ।

ଆଜି ଅର୍ଥାତ୍ ମେ’୨୪ ହେଉଛି ଦ୍ୱିତୀୟ ବଡ଼ ମଙ୍ଗଳବାର ଅଛି । ଏହା ସହିତ ବିଶ୍ୱକୁମ୍ଭ ଯୋଗ ମଧ୍ୟ ଆଜି ହେଉଛି । ଆଜି ଉପବାସ କରି ହନୁମାନ ଜୀଙ୍କୁ ଉପାସନା କରନ୍ତୁ ଓ ଭୋଗ ଅର୍ପଣ କରନ୍ତୁ, ଯାହାଦ୍ୱାରା ହନୁମାନ ଜୀ ପ୍ରସନ୍ନ ହୋଇ ସମସ୍ତ ଦୂଃଖ ଦୂର କରିବେ । ଏହା ସହ ଆଜି କିଛି ଜରୁରୀ ନିୟମର ପାଳନ କରିବା ଉଚିତ୍ ।

– ବଡ଼ ମଙ୍ଗଳବାର ଦିନ ଭୁଲରେ ମଧ୍ୟ ଆମିଷ ବା ମଦ୍ୟପାନ କରନ୍ତୁ ନାହିଁ । ଆଜି ରସୁଣ, ପିଆଜ ଖାଆନ୍ତୁ ନାହିଁ । ଉପବାସ ନକଲେ ବି ଆଜି କେବଳ ସାଧା ଭୋଜନ କରନ୍ତୁ ।

– ବଡ଼ ମଙ୍ଗଳବାର ଦିନ ଋଣ ଦେବା କିମ୍ବା ନେବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ଦିଆଯାଇଥିବା ଋଣ ଟଙ୍କା ଫେରସ୍ତ ମିଳେନାହିଁ । ଏଥି ସହିତ ଋଣ ନେଇଥିବା ଟଙ୍କା ପରିଶୋଧ କରିବାରେ ବହୁ ଅସୁବିଧା ହୁଏ । ତେଣୁ ଆଜି ଏପରି କୌଣସି କାରବାର କରନ୍ତୁ ନାହିଁ ।

– ଆଜି ଧଳା ଏବଂ କଳା ପୋଷାକ ପିନ୍ଧନ୍ତୁ ନାହିଁ । ଆଜି ନାଲି, ହଳଦିଆ, କମଳା ରଙ୍ଗର ପୋଷାକ ପିନ୍ଧିବା ଭଲ । ଏହା କରିବା ଦ୍ୱାରା କୁଣ୍ଡଳୀରେ ମଙ୍ଗଳ ଆହୁରୀ ଶକ୍ତିଶାଳୀ ହୋଇଥାଏ ।

– ବଡ଼ ମଙ୍ଗଳବାର ଦିନ କାହାକୁ ଅପମାନିତ ଭଳି ଶବ୍ଦ କୁହନ୍ତୁ ନାହିଁ । କାହାକୁ ଅପମାନ କରନ୍ତୁ ନାହିଁ ।

– ବଡ଼ ମଙ୍ଗଳବାର ଦିନ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ ।

Get real time updates directly on you device, subscribe now.