ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀ ସଞ୍ଜୟ ମୁର୍ତ୍ତୀଙ୍କୁ ନୂଆ ଦାୟିତ୍ବ ଦେଲେ କେନ୍ଦ୍ର ସରକାର । ନୂଆ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (CAG) ଭାବେ କେ. ସଞ୍ଜୟ ମୂର୍ତ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । କେ ସଞ୍ଜୟ ମୁର୍ତ୍ତୀ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗରେ ସଚିବ ଦାୟିତ୍ବରେ ରହିଛନ୍ତି ।
ଯଦି ଦେଖିବା ସଞ୍ଜୟ ମୂର୍ତ୍ତୀ ହିମାଚଳ ପ୍ରଦେଶ କ୍ୟାଡରର 1989 ବ୍ୟାଚ୍ IAS ଅଧିକାରୀ । ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ଉଚ୍ଚଶିକ୍ଷା ଏବଂ ସରକାରୀ ଯୋଜନାଗୁଡିକର କାର୍ଯ୍ୟକାରିତା ସମ୍ବନ୍ଧୀୟ ନୀତିଗୁଡିକର ତଦାରଖ ଉପରେ କାର୍ଯ୍ୟ କରୁଥିଲେ । ଏହା ବ୍ୟତୀତ ସେ ସାରା ଦେଶରେ ଶିକ୍ଷାଗତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରେରିତ କରିବା ଦିଗରେ କାର୍ଯ୍ୟ କରୁଥିଲେ । ସେ ବର୍ତ୍ତମାନର CAG ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ । ଅଗଷ୍ଟ 2020 ଗିରିଶ ମୁର୍ମୁ CAG ଭାବରେ ନିଯୁକ୍ତ ହୋଇଥିଲେ । ସିଏଜି ହେବା ପୂର୍ବରୁ ସେ ଜମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ ।